www.samajalive.in
Friday, December 5, 2025
26.1 C
Bhubaneswar

ସ୍ୱିଗି ଖାଦ୍ୟ ପୁଡିଆରୁ ମିଳିଲା ରକ୍ତଲଗା ବ୍ୟାଣ୍ଡେଜ

ଚେନ୍ନଇ : ଅନଲାଇନରେ ସମୟ ବିତାଇବା ଆଜିକାଲି ମଣିଷ ଜୀବନର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ସେହିପରି ବାହାରକୁ ଖାଦ୍ୟ ଖାଇବାକୁ ଯିବା ବଦଳରେ ଘରକୁ ଖାଦ୍ୟ ମଗାଉଥିବା ଦେଖିବାକୁ ମିଳିଛି। ଅନଲାଇନ ଖାଦ୍ୟ ପ୍ରେରଣ କରୁଥିବା କମ୍ପାନୀ ସ୍ୱିଗିରେ ଚେନ୍ନଇସ୍ଥିତ ବାଲାମୁର୍ଗନ ଦିନଦୟାଲ ଚପ ଆଣ୍ଡ ଷ୍ଟିକ ନାମକ ଏକ ଦୋକାନରୁ ଚିକେନ ସ୍ୱେଜବାନ ଅଡର କରିଥିଲେ। ବାଲାମୁର୍ଗନ ଖାଦ୍ୟ ପୁଡିଆ ପାଇବା ପରେ ସେଥିରେ ଏକ ରକ୍ତ ଲାଗିଥିବା ବ୍ୟାଣ୍ଡେଜ ପଡିଥିବା ଦେଖିବାକୁ ପାଇଥିଲେ। ପରେ ବାଲାମୁର୍ଗନ ସଙ୍ଗେ ସଙ୍ଗେ ଅଡର କରିଥିବା ହୋଟେଲକୁ ଯାଇଥିଲେ। ସେଠାରେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ସେହିପରି ସ୍ୱିଗି କଷ୍ଟୋମର କେୟାର ମଧ୍ୟ କୌଣସି ଉତ୍ତର ଦେଇନଥିଲେ। କିଛି ସମୟ ପରେ ବାଲାମୁର୍ଗନ ଉକ୍ତ ଖାଦ୍ୟ ପୁଡିଆକୁ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଥିଲେ। ପୋଷ୍ଟ ଭାଇରାଲ ହେବା ପରେ ସ୍ୱିଗି ଏ ଘଟଣାରେ କ୍ଷମା ପାର୍ଥନା କରିଛି। ଉକ୍ତ ହୋଟେଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱିଗି କହିବାପରେ ହୋଟେଲ ମାଲିକ ଫେସବୁକରେ କ୍ଷମା ପାର୍ଥନା କରିବା ସହ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories