ନୂଆଦିଲ୍ଲୀ: ସଂସଦ ସଦସ୍ୟମାନେ ଆଲୋଚନାର ସ୍ଥର ଉଚ୍ଚମାନର କରିପାରିଲେ ତାହା ଜନସାଧାରଣଙ୍କ ମନରେ ସଂସଦ ପ୍ରତି ନୂଆ ଅଭିବ୍ୟକ୍ତି ସୃଷ୍ଟି କରିବ ଏବଂ ତାହା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କହିଛନ୍ତି । ମଙ୍ଗଳବାରଦିନ ସଂସଦର କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପୂର୍ଣାବୟବ ଚିତ୍ର ଅନାବରଣ କରିଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କହିଛନ୍ତି ଯେ ଅଟଳ ଜୀ ତାଙ୍କ ଆଚରଣ ଏବଂ କାର୍ୟ୍ୟ ଦ୍ୱାରା ଲୋକତନ୍ତ୍ରର ମୁଳୁଦୁଆ ସୁଦୃଢ କରିଥିଲେ । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଅଟଳ ବିହାରୀ ବାଜପାୟୀ ଏକ ମେଣ୍ଟ ସରକାରର ନେତୃତ୍ୱ ନେଇ ପ୍ରମାଣ କରି ପାରିଥିଲେ ଯେ ଗଣତନ୍ତ୍ରକୁ କିଭଳି ମଜବୁତ କରାଯାଇ ପାରିବ । ଅଟଳ ବିହାରୀ ବାଜପାୟୀ ସମକାଳୀନ ଭାରତର ଶ୍ରେଷ୍ଠ ନେତାମାନଙ୍କ ମଧ୍ୟରେ ଅନନ୍ୟ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ଅଟଳ ବିହାରୀ ବାଜପାୟୀ ଜଣେ ଦୂରଦର୍ଶୀ ରାଜନେତା ଥିଲେ: ଉପରାଷ୍ଟ୍ରପତି
Popular Categories



