www.samajalive.in
Sunday, December 7, 2025
26.1 C
Bhubaneswar

୩୦ ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ: ପରିଚାଳନା ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ବର : ରାଜ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହିତ ଓଡ଼ିଶାର ପ୍ରତିଟି ଜିଲାରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି। କେବଳ ପ୍ରମୁଖ ସହର ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ଜିଲାରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର; ବିକାଶ ଲକ୍ଷ୍ୟରେ ଏହି ସେଣ୍ଟର ନିର୍ମାଣ କରାଯାଇଛି। କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ୍‌, ଭଲିବଲ୍, ହକି, ଆଥଲେଟିକ୍ସ, ଖୋଖୋ, କବାଡ଼ି ଆଦି ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳିମାନଙ୍କୁ ପ୍ରଦାନ କରାଯିବ ବୋଲି ରବିବାର କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ରାଜ୍ୟର ୩୦ଟି ଜିଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ କରି କହିଛନ୍ତି।
କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ୟ ପ୍ରଦାନ କରାଯିବ। ଏହି ସେଣ୍ଟର ଗୁଡ଼ିକରେ ପ୍ରତ୍ୟେକ ଜିଲାର ଆଞ୍ଚଳିକ କ୍ରୀଡ଼ାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ପୂର୍ବରୁ ଜାତୀୟ ସ୍ତରୀୟ ଏବଂ ରାଜ୍ୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତ ହିଁ ଖେଲୋ ଇଣ୍ଡିଆ ସେଣ୍ଟରର କୋଚ୍ ଭାବରେ ଆଗାମୀ ଦିନରେ କ୍ରୀଡ଼ାବିତମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଅଧିକ କ୍ରୀଡ଼ାବିତମାନେ ଯେପରି ଖେଲୋ ଇଣ୍ଡିଆ ସେଣ୍ଟରରେ ଅନ୍ତର୍ଭୁକ୍ତ ହେବେ ତାହାକୁ ଗୁରୁତ୍ବ ଦିଆଯିବ। ଆଗାମୀ ଦିନରେ ଓଡ଼ିଶାର ସମସ୍ତ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ ହେବା ସହିତ ସିଏମ-ଫୁଟବଲ ଟ୍ରଫି ପ୍ରତିଯୋଗିତାର ଆୟୋଜନ କରାଯିବା ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲା ପ୍ରଶାସନର ଅଧିକାରୀ, କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକମାନେ ଆଭାସି ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ଆଭାସି ମାଧ୍ୟମରେ ବିଭିନ୍ନ ଜିଲାର କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକମାନଙ୍କ ସହିତ ଓଡ଼ିଶାରେ କ୍ରୀଡ଼ାକ୍ଷେତ୍ରର ଯେପରି ସାମଗ୍ରିକ ବିକାଶ ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories