www.samajalive.in
Monday, December 8, 2025
20.1 C
Bhubaneswar

କାନାଡ଼ାରେ ହିନ୍ଦୁ ମନ୍ଦିରକୁ ବିଦ୍ରୂପ କଲେ ଖଲିସ୍ତାନୀ ସମର୍ଥକ, ସଂସଦରେ ଚିନ୍ତା ପ୍ରକଟ କଲେ ଭାରତୀୟ ବଂଶୋଦ୍ଭବ ସାଂସଦ

ସମାଜ ଡିଜିଟାଲ ଡେସ୍କ: କାନାଡ଼ା ବ୍ରିଟିଶ କଲମ୍ବିଆରେ ହିନ୍ଦୁ ମନ୍ଦିରକୁ ବିଦ୍ରୂପ କରିଛନ୍ତି ଖଲିସ୍ତାନୀ ସମର୍ଥକ। ଖଲିସ୍ତାନୀମାନେ ପ୍ରତିହିଂସା ପରାୟଣ ହୋଇ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ଏହାକୁ ଦୃଢ଼ ନିନ୍ଦା କରିଛନ୍ତି କାନାଡ଼ା ସଂସଦର ସଦସ୍ୟ ତଥା ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ। ଏଭଳି କାର୍ଯ୍ୟ ଦେଶରେ ଖଲସ୍ତାନୀ ଆତଙ୍କାବଦୀଙ୍କ ବୃଦ୍ଧି ପାଉଥିବା ପ୍ରଭାବକୁ ଦର୍ଶାଉଛି ବୋଲି ସେ ସଂସଦରେ ଉଦବେଗ ପ୍ରକାଶ କରି କହିଛନ୍ତି। ସମସ୍ତ କାନାଡ଼ାବସୀ ଏପରି ଘୃଣ୍ୟ କାର୍ଯ୍ୟ ବିରୋଧରେ ଏକତ୍ର ହୁଅନ୍ତୁ ବୋଲି ଆର୍ଯ୍ୟ ଦାବି କରିଛନ୍ତି।

ଦୁଇଦିନ ତଳେ ଏକ ଗୁରୁଦ୍ଵାରା ଉପରେ ଖଲିସ୍ତାନୀ ଆତଙ୍କୀମାନେ ଆକ୍ରମଣ କରି ତାହାର ପବିତ୍ରତା ନଷ୍ଟ କରିଥିଲେ। ଏହା ପରେ ପରେ ବ୍ରିଟିଶ କଲମ୍ବିଆର ସୁରେଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ କରି ତାହାକୁ ବିଦ୍ରୂପ କରିଦେଇଥିଲେ। ମନ୍ଦିର ମୁଖ୍ୟ ଫାଟକରେ ଖଲିସ୍ତାନୀ ସମର୍ଥିତ ସ୍ଳୋଗାନ ଲେଖିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories