www.samajalive.in
Saturday, December 6, 2025
26.1 C
Bhubaneswar

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଚାରକ ରୁପେ ଯୋଗ ଦେଲେ ସୁରେଶ ପଣ୍ଡା

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ଖେଳାଳି ସୁରେଶ କୁମାର ପଣ୍ଡା ତାମିଲନାଡୁ ଠାରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକର ରୂପେ ଯୋଗ ଦେଇଛନ୍ତି। ରବିବାର ତାମିଲନାଡୁର ରାଜଧାନୀ ଚେନ୍ନାଇ ଠାରେ ପ୍ରାନେଜସ ଇନ୍ଟରନେସନାଲ ସଂସ୍ଥା ପକ୍ଷରୁ ରାଜ୍ୟସ୍ତରୀୟ ଖୋଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶାରୁ ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ଖେଳାଳି ତଥା ଆର୍ନ୍ତଜାତୀୟ ବିଚାରକ ସୁରେଶ କୁମାର ପଣ୍ଡାଙ୍କୁ ବିଚାରକ ରୂପେ ସାମିଲ କରାଯାଇଛି। ରବିବାର ଆୟୋଜିତ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ଶ୍ରୀ ପଣ୍ଡା ତୁଲାଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଜେତା ଖେଳାଳିଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ସୁଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡା ପୁର୍ବରୁ ୪ ଥର ଉତ୍କଳ ଶ୍ରୀ ରହିଥିବା ବେଳେ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଥିଲେ। ସେ ଅନେକ ଆର୍ନ୍ତଜାତୀୟ, ଜାତୀୟ ଓ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଗୁଡିକରେ ବିଚାରକ ଦାୟିତ୍ୱ ତୁଲାଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories