www.samajalive.in
Monday, December 15, 2025
15.1 C
Bhubaneswar

୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ବର : ଓଡ଼ିଶାରେ ୧୫୪ କିଲୋମିଟର ଦୀର୍ଘ ଓ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ଅନେକ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ବରମୁଣ୍ଡାରେ ଅନୁଷ୍ଠିତ ସ୍ବତନ୍ତ୍ର ସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ଜଗନ୍ନାଥଙ୍କ ଭୂମିରେ ଆସିବାକୁ ସୁଯୋଗ ମିଳିଥିବାରୁ ଧନ୍ୟ ମନେ କରୁଛି । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି। ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮ହଜାର କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ । ସେହିପରି ୪ ଘଣ୍ଟାରେ କଟକରୁ ସମ୍ବଲପୁର ପହଞ୍ଚି ହେବ ବୋଲି ସେ କହିଛନ୍ତି ।

କ୍ୟାବିନେଟ ମଞ୍ଜୁରୀ ପରେ ୭ ହଜାର କୋଟି ଟଙ୍କାରେ ଭୁବନେଶ୍ବର ୬ ଲେନ୍ ରିଂ ରୋଡ୍ କାମ ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀକୁ ୬ ଲେନ୍ ରାସ୍ତା ସଂପ୍ରସାରଣ ହେବ । ସାଗରମାଳା ଯୋଜନାରେ ପାରାଦୀପ ବନ୍ଦରରେ ଅନେକ କାମ ହୋଇଛି ବୋଲି କହିଛନ୍ତି ଗଡ଼କରୀ । ସେହିପରି ମହାପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ଯାତାୟାତକୁ ସୁଗମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅଧ ମିନିଟ୍ ଭିତରେ ଚାର୍ଜ ହେଉଥିବା ଫ୍ଲାସ୍ ଚାର୍ଜିଂ ବସ୍ ପାଇଲଟ୍ ପ୍ରୋଜେକ୍ଟ ନାଗପୁରରେ ଆରମ୍ଭ ହୋଇଛି । ଏହା ସଫଳ ହେଲେ ଭୁବନେଶ୍ବର, କଟକରୁ ପୁରୀକୁ ଏହି ବସ୍ ଚଳାଚଳ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ବସ୍‌ରେ ସମସ୍ତ ସୁବିଧା ମିଳିବ । ଏହି ଡବଲ ଡେକର୍‌ ବସ୍‌ରେ ୧୩୫ ସିଟ୍‌ ରହିବ । ଡ୍ରାଇଭର୍‌ ସାମ୍ନାରେ ସବୁ ଲୋକ ଉଠିବେ । ସମସ୍ତଙ୍କ ସିଟ୍‌ ସାମ୍ନାରେ ଟିଭି ରହିବ । ଏହାର ହୋଷ୍ଟେସ୍‌ ପରି ବସ୍‌ ହୋଷ୍ଟେସ୍‌ ମଧ୍ୟ ରହିବେ । ଏବଂ ଏ ସବୁ ପ୍ରତିଶ୍ରୁତି କେବଳ କଥାରେ ନୁହେଁ, କାମରେ ହେବ ବୋଲି ସେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories