www.samajalive.in
Sunday, December 14, 2025
18.1 C
Bhubaneswar

ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଅମର ସହିଦଙ୍କ ସାହସିକତାର ଗାଥା – ଅମିତ ଶାହା

ଡେସ୍କ: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଦେଶର ସଂକଳ୍ପ ଆପଣଙ୍କ ଅଦମ୍ୟ ସାହସ ବଳରେ ପୂରଣ ହେବ ବୋଲି ସେ କହିଛନ୍ତି।


ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା କହିଛନ୍ତି ଯେ ଯେତେବେଳେ ଦେଶର ଇତିହାସ ଲେଖାଯିବ, ସେତେବେଳେ ସୁରକ୍ଷା ବାହିନୀର ଅମର ସହିଦଙ୍କ ସାହସିକତାର ଗାଥା ପ୍ରଥମେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ସମସ୍ତ ସହିଦ ସିଆରପିଏଫ ଯବାନଙ୍କ ପରିବାରକୁ ପ୍ରଶଂସା କରି ସେ କହିଛନ୍ତି ଯେ ଦେଶ ଶକ୍ତିଶାଳୀ ଓ ସମୃଦ୍ଧ ହେଉଛି, ଏଥିରେ ଆପଣଙ୍କ ପରିବାରର ଅବଦାନ ଅତୁଳନୀୟ। ଦେଶର ନିରାପତ୍ତା ଓ ସ୍ୱାଧୀନତାର କାହାଣୀ ଯେତେବେଳେ ଲେଖାଯିବ, ଏଥିରେ ଆପଣଙ୍କ ପରିବାରର ଅବଦାନ ସର୍ବଦା ସ୍ମରଣୀୟ ରହିବ।

- Advertisement -

ଦେଶର ସୁରକ୍ଷାରେ ସିଆରପିଏଫର ଭୂମିକା ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି ଯେ କଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଘୃଣ୍ୟ ଉଦ୍ଦେଶ୍ୟ ରଖି ଲଢ଼େଇ ହେଉ କିମ୍ବା ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ନିୟୋଜିତ ହେଉ, ସମସ୍ତ ଅପରେସନରେ ସିଆରପିଏଫ ଯବାନଙ୍କର ବଡ଼ ଅବଦାନ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶର ସୁରକ୍ଷା ପାଇଁ ୨୨୬୪ ଯବାନ ସହିଦ ହୋଇଛନ୍ତି।

ବୀର ଯବାନଙ୍କ ପରିବାରର କଲ୍ୟାଣ ଦିଗରେ ସରକାରଙ୍କ ପ୍ରୟାସ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସିଆରପିଏଫର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆମେ ଆମର ବୀର ଯବାନମାନଙ୍କୁ ଉନ୍ନତ କରିବା, ସେମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପରିବାରକୁ ଅନେକ ସୁବିଧା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିଛୁ।

ଏହି ଅବସରରେ ଶ୍ରୀ ଶାହା ଯବାନମାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରିଥିଲେ। ସହିଦ ସ୍ଥଳରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡ୍ ମଧ୍ୟ ଯାଞ୍ଚ କରିଥିଲେ। ଏଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଏବଂ ସିଆରପିଏଫ୍ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହ ମଧ୍ୟ ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories