www.samajalive.in
Monday, December 15, 2025
17.1 C
Bhubaneswar

ନାରୀ ନିର୍ଯାତନାକୁ ନେଇ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ନାରୀ ନିର୍ଯ୍ୟାତନାକୁ ନେଇ ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚାରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ କଂଗ୍ରେସ ଦଳର ସଭାପତି ସି ହେଚ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ବ୍ଲକର ସମସ୍ତ କର୍ମୀ ନେତାମାନେ ଏକତ୍ରିତ ହୋଇ ହାତରେ ପ୍ଲା- କାର୍ଡ ଧରି ସ୍ଥାନୀୟ ଶିବ ମନ୍ଦିରଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ । ମହିଳାଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ଏବଂ ନାରୀ ନିର୍ଯାତନାକୁ ବିରୋଧ କରି ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା , ଲେଙ୍ଗିଡି ଲକ୍ଷ୍ମଣ, ଚିତ୍ତରଞ୍ଜନ ଗାଣ୍ଟା , ପ୍ରକାଶ କରକରିଆ, ଲାଡ଼ି ଶଙ୍କର, ପ୍ରହଲ୍ଲାଦ କନ୍ଧପାଣି, କାମସିଙ୍ଗ କାଡ୍ରାକା, ଯଦୁ କୌଶଲ୍ୟା, ସୁରଥ କୌଶଲ୍ୟା, ଅର୍ଜୁନ କଣ୍ଡାଗରୀ, ଭାସ୍କର କରକରିଆ, ରାଜେନ୍ଦ୍ର କୌଶଲ୍ୟା, ପ୍ରହଲ୍ଲାଦ ମହନନ୍ଦିଆ, ପୂର୍ଣ୍ଣଚନ୍ଦ୍ର କରକରିଆ, ଲଇଚନ୍ୟ କରକରିଆ ଓ ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories