www.samajalive.in
Sunday, December 14, 2025
15.1 C
Bhubaneswar

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ମଙ୍ଗଳବାର ରାଶିଫଳ

ମେଷ : ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଜ୍ଜ୍ବଳ ଓ ଆଲୋକ ଭାସ୍ବରିତ ହୋଇପାରେ। ସର୍ବତ୍ର ବିଜୟୀ ହେବେ। ସୁସ୍ଥ ରହିବେ।
ବୃଷ: ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
ମିଥୁନ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନକ୍ଷେତ୍ରରେ ଅଗ୍ରଗଣ୍ୟ ହୋଇ ଆଜିର ଶ୍ରୀଚନ୍ଦ୍ର ଭୋଗକୁ ସାର୍ଥକ କରିବେ। ମିଷ୍ଟାନ୍ନ ଭୋଜନରେ ଆପଣ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ:  ସାଧନାରେ ସିଦ୍ଧତପା ସାଧୁ ହୋଇପାରନ୍ତି; ମାତ୍ର ଅହଂକାର ଶୂନ୍ୟ ହେବା ବାଞ୍ଛନୀୟ। ମନର ବେଗ ବିଜୁଳି ପରି ଚଳଚଞ୍ଚଳ କରିବାକୁ ପଡ଼ିବ। ଜନସ୍ବାର୍ଥରେ ଧନ ବ୍ୟୟ କରି ଜ୍ଞାନର ପରିଚୟ ଦେବେ।
ସିଂହ: ଐକାନ୍ତିକ ଈଚ୍ଛା ଶକ୍ତିର ପରାକାଷ୍ଠା ଅତି ସହଜ ଓ ସରଳ ଭାବରେ ପ୍ରତିଭାତ ହୋଇ ଆପଣ ଚରିତ୍ରର ସୁଗନ୍ଧକୁ ଦିଗ-ବିଦିଗକୁ ବିଚ୍ଛୁରିତ ହେବ। ସେବା, ସ୍ନେହ, ମମତା ଓ କରୁଣାର ଅବତାର ହେବେ।
କନ୍ୟା:  ପରସ୍ପର ସ୍ନେହ ବନ୍ଧନରେ ଅନୁବନ୍ଧିତ ହେଲେ ଘର ବୈକୁଣ୍ଠ ତୁଲ୍ୟ ପ୍ରତିଭାତ ହେବ। ଶୁଦ୍ଧ ଆଚରିତ ପର ଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ; କାରଣ ସ୍ବଧର୍ମରେ ଆପଣ ପାପଭାଗୀ ହେବେନି।
ତୁଳା: କର୍ମଠ ଓ କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁଖସମୃଦ୍ଧିପୂର୍ଣ୍ଣ ସୌଭାଗ୍ୟଶାଳୀ ହେବେ। ଉଦ୍ୟୋଗପତିଙ୍କ ଲକ୍ଷ ସାଧିତ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ।
ବିଛା: ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ସ୍ବାଭିମାନୀ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭପ୍ରାପ୍ତ ହୋଇପାରନ୍ତି।
ଧନୁ: ସରକାରୀ ସ୍ବାର୍ଥଜନିତ ସେବା କାର୍ଯ୍ୟକୁ ଛାଡ଼ି ନିସ୍ବାର୍ଥପର ସେବାରେ ନିଜକୁ ନିୟୋଜିତ କରିବା ଏକ ମହାନତାର ପରିଚାୟକ ହେବ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଈଶ୍ବର ବିଶ୍ବାସୀ ହେବେ।
ମକର: କୋର୍ଟ-କଚେରି ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରେ ସୁଖ-ଶାନ୍ତି ରହିବ। କମ ସମୟରେ ଅଧିକ ଲାଭ ପାଇବା ଆଶା ଛାଡ଼ନ୍ତୁ। ସୁଖର ରହିବେ।
କୁମ୍ଭ: ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ଭେଟ ହୋଇପାରେ। ନୂଆ ମିତ୍ର ମଧ୍ୟ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରୁ ଆର୍ଥିକ ଲାଭ ପ୍ରାପ୍ତ ହେବେ।
ମୀନ: ଆଜିର ଦିନଟି ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଙ୍କ କୃପାଦୃଷ୍ଟି ଆପଣଙ୍କୁ ମିଳିପାରେ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories