www.samajalive.in
Saturday, December 13, 2025
23.1 C
Bhubaneswar

ମହାଦେବ ପୀଠରେ ଓଡ଼ିଆ ନବବର୍ଷ, ଜଳଲାଗି କଲେ ଶହ ଶହ କାଉଡିଆ

ଧାମରା : ଧାମରା ନିକଟସ୍ଥ କଇଥଖୋଲାଠାରେ ଥିବା ପ୍ରଶିଦ୍ଧ ଶୈବ ପୀଠ ଶଙ୍କର ନାଥ ମହାଦେବଙ୍କ ପୀଠରେ ଓଡିଆ ନବବର୍ଷ ଏବଂ ଜଳଲାଗି ପର୍ବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଶହ ଶହ ଭକ୍ତ ଭକ୍ତା ମାନେ ଧାମରା ନିକଟସ୍ଥ ବୈତରଣୀ କୂଳରୁ ଜଳ ଆଣି ପ୍ରଥମେ ମା’ ଧାମରାଇଙ୍କ ଦର୍ଶନ କରି ଦୀର୍ଘ ୧୦ କି.ମି. ଆସି କଇଥଖୋଲା ଠାରେ ପହଂଚିଥିଲେ । ଏହି ଶୈବପୀଠଟି କନିକା ରାଜାଙ୍କର ହୋଇଥିବା ବେଳେ ଦୀର୍ଘ ୧୮ବର୍ଷ ହେବ ଏହି ପୀଠରେ ପବିତ୍ର ପଣା ସଂକ୍ରାନ୍ତି ଅବସରରେ  ଏହି ଠାରେ ଓଡିଆ ନବବର୍ଷ ଏବଂ ଶଙ୍କରନାଥ ମହାଦେବଙ୍କୁ ଜଳଲାଗି ପର୍ବ ପାଳନ ହୋଇ ଆସୁଛି । ଆଜି ଶହ ଶହ ସଂଖ୍ୟାରେ ଭକ୍ତ ଭକ୍ତା ମାନେ ଆସି ଏଠାରେ ଜଳଲାଗି କରିଥିଲେ । ପରେ ବ୍ରାହ୍ମଣ ମାନଙ୍କ ଦ୍ୱାର ନୂତନ ପାଞ୍ଜି ପ୍ରଚଳନ କରାଯାଇଥିଲା । ପରେ ସମସ୍ତ ଭକ୍ତମାନଙ୍କ ଲାଗି ଏହି ପୀଠରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ କାଉଡିଆ ଏବଂ ଅଂଚଳବାସୀ ଏଠାରେ ପ୍ରସାଦ ସେବନ କରିଥିଲେ । ଏହି ପୀଠ ଏହି ଅଂଚଳର ପ୍ରସିଦ୍ଧ ଶୈବ ପୀଠ ହୋଇଥିବା ବେଳେ ଜିଲ୍ଲାପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଛି । ଏହାର ଉନ୍ନତି କରଣ କରିବାକୁ ଅଂଚଳବାସୀ ଦାବୀ ରଖିଥିବାବେଳେ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଲେ ଏହି ଶୈବପୀଠରେ ସର୍ବାଙ୍ଗୀନ ଉନ୍ନତି ହେବା ସହ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ପାରନ୍ତା ବୋଲି ରଂଟୁ ବେରା,ଶଙ୍କର ଦାସ, ବସନ୍ତ ମଣ୍ଡଳ,ନନ୍ଦ କିଶୋର ଦିନ୍ଦା, ବାଦଲ ସାହୁ, ବୈରୀଗଞ୍ଜନ ସାମଲ,ବିଶ୍ୱଜିତ ମହାପାତ୍ର, ବରୁଣ ଦାସ, ରବିସାମନ୍ତଙ୍କ ସମେତ ଅଂଚଳବାସୀ ପ୍ରମୁଖ ଦାବି ଜଣାଇଛନ୍ତି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories