www.samajalive.in
Sunday, December 14, 2025
26.1 C
Bhubaneswar

୫ ଇଏସଆଇ ହସ୍ପିଟାଲ ଖୋଲିବାକୁ ଷ୍ଟାଣ୍ଡିଂ କମିଟିର ସୁପାରିସ

ଭୁବନେଶ୍ବର: ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ବାଲେଶ୍ବର, ବ୍ରହ୍ମପୁର, ଡୁବୁରୀ, ଝାରସୁଗୁଡା ଏବଂ ପାରାଦ୍ବୀପରେ ୧୦୦ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଖୋଲିବାକୁ ଶ୍ରମ ବିଭାଗକୁ ସୁପାରିସ କରିଛି ଷ୍ଟାଣ୍ଡିଂ କମିଟି। ଷ୍ଟାଣ୍ଡିଂ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଯାଇ ଶ୍ରମ ବିଭାଗ ଯୋଜନା ପ୍ରସ୍ତୁତ କରିଛି ଯେ, ଏହି ସବୁ ୫ଟି ସ୍ଥାନରେ ୧୦୦ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଖୋଲିବା ସହିତ ଭୁବନେଶ୍ବରସ୍ଥିତ ଅନ୍ଧାରୁଆରେ ମେଡିକାଲ କଲେଜ ଓ ସୁପର ସେସ୍ପିଆଲିଟି ପ୍ରତିଷ୍ଠା କରାଯିବ। ଏହି ୫ଟି ସ୍ଥାନରେ ଇଏସଆଇ ହସ୍ପିଟାଲ ନିର୍ମାଣ କରିବା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ନୂଆ ଡିସପେନ୍‌ସାରୀ ପ୍ରତିଷ୍ଠା କରାଯାଉ। ଫଳସ୍ବରୂପ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ। ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଇଏସଆଇ ହସ୍ପିଟାଲରେ ଭିତ୍ତିଭୂମି ଦୁର୍ବଳ ରହିଛି। ସେଠାରେ ଭିତ୍ତିଭୂମି ସଜାଡିବାକୁ ଗୁରୁତ୍ବ ଦିଆଯାଉ। ଚୌଦ୍ବାର ଇଏସଆଇ ହସ୍ପିଟାଲରେ ବୃକକ ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାଇଲେସିସ୍‌ ୟୁନିଟ ଖୋଲିବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ଭୁବନେଶ୍ବର ଏବଂ ଚୌଦ୍ବାରା ଇଏସଆଇ ହସ୍ପିଟାଲରେ ଆଇସିୟୁ ଖୋଲିବାକୁ କମିଟି କହିଥିବା ବେଳେ ଆଡମିସନ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ସିଟି ସ୍କାନ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉ। ସେହିପରି ଅଲଟ୍ରାସାଉଣ୍ଡ ଚିକିତ୍ସା ସୁବିଧା ସହିତ ଭୁବନେଶ୍ବର ଏବଂ ଚୌଦ୍ବାର ଇଏସଆଇ ହସ୍ପିଟାଲରେ ଫିଜିଓଥୋରାପି ୟୁନିଟ୍‌ ପ୍ରତିଷ୍ଠା କରିବାକୁ ଶ୍ରମ ବିଭାଗକୁ ସୁପାରିସ କରିଛି କମିଟି। ସୂଚନାଯୋଗ୍ୟ, ଇଏସଆଇ ହସ୍ପିଟାଲ ଏକ ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ଏହି ହସ୍ପିଟାଲରେ ବିଶେଷ ଚିକିତ୍ସା ସୁବିଧା ନଥିବାରୁ ରୋଗୀ ଭର୍ତ୍ତି ହୋଇ ଅନ୍ୟ ସରକାରୀ କିମ୍ବା ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଛନ୍ତି। ରାଜ୍ୟରେ ୫୩ଟି ଇଏସଆଇ ଡିସପେନ୍‌ସାରୀ, ୪ଟି ଇଏସଆଇ ହସ୍ପିଟାଲ ଏବଂ ୨ଟି ଇଏସଆଇସି ରହିଛି। ଏହି ହସ୍ପିଟାଲଗୁଡିକରେ ପ୍ରାୟ ୯ଲକ୍ଷ ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ବର ଇଏସଆଇ ହସ୍ପିଟାଲରେ ଡାଇଲେସିସ୍‌ ୟୁନିଟ ଖୋଲା ଯାଇଥିବା ବେଳେ ଚୌଦ୍ବାର ଇଏସଆଇ ହସ୍ପିଟାଲରେ ଡାଇଲେସିସ ୟୁନିଟ ଖୁବ୍ ଶୀଘ୍ର ଖୋଲିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories