www.samajalive.in
Sunday, December 14, 2025
14.1 C
Bhubaneswar

କଟୁରୀ ଚୋଟରେ  ଝିଅ ଗୁରୁତର ଘଟଣା, ଅଭିଯୁକ୍ତ ବାପା ଗିରଫ

କଳାପଥର (ବାଙ୍କୀ ) :କଟୁରୀ ଚୋଟରେ  ଝିଅ ଗୁରୁତର ଘଟଣାlର ଅଭିଯୁକ୍ତ ବାପାକୁ ବୈଦେଶ୍ଵର ଥାନା ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ପରେ ଅଭିଯୁକ୍ତ ବାପାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

କଟକ ଜିଲା  ବାଙ୍କୀ ବୈଦେଶ୍ଵର ଥାନା ଅଞ୍ଚଳରେ  ସ୍ୱାମୀ-ସ୍ତ୍ରୀ ଝଗଡ଼ାରେ କୁନି ଝିଅ ଆହତ ହୋଇ ଚିକିତ୍ସିତ ହେଉଛି। ଉଭୟ ମା’ ଓ ଝିଅ ଚିକିତ୍ସା  ପାଇଁ କଳାପଥର ମେଡିକାଲରେ ଭର୍ତ୍ତିହୋଇଥିଲେ। ସେମାନଙ୍କୁ ଆଜି ସେଠାରୁ ଘରକୁ ଫେରିଛନ୍ତି। ଗତ ଚାରି ବର୍ଷ ତଳେ ଜଗନ୍ନାଥପୁର ପଞ୍ଚାୟତର ପୁରୁଣାପାଣି ଗ୍ରାମର ବାଙ୍କନିଧି ପଣ୍ଡା କାଳିପୋଇ ପଞ୍ଚାୟତର ଚଢେଇବନ୍ଧ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରାଙ୍କୁ  ବୈଦିକ ରୀତି ରେ ବିବାହ କରିଥିଲେ। ପରବର୍ତ୍ତି ସମୟରେ ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ହୋଇଥିଲା। କିନ୍ତୁ ପାରିବାରିକ କଳହ ଓ ଯୌତୁକ ସମ୍ପତି ପାଇଁ ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ ବାପ ଘରେ ରହୁଥିଲେ। ପୂର୍ବରୁ ଏ ନେଇ ବୈଦେଶ୍ୱର  ଥାନାରେ ମାମଲା ମଧ୍ୟ ହୋଇଥିଲା। କିନ୍ତୁ ଆପୋଷ ବୁଝାମଣାରେ ଏହାର ସମାଧାନ କରାଯାଇଥିଲା।

- Advertisement -

ଗତ ମାସେ ତଳେ ସମାନ ସ୍ଥିତି ପାଇଁ ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ ଚଢ଼େଇବନ୍ଧ ବାପ ଘରେ ରହିଥିଲେ। ଗତ ଶନିବାର ଦିନ ନିଜ ପିଲାଙ୍କ ସହ କଳାପଥର ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ପୂର୍ବରୁ ଏ ଖବର ପାଇ ବାଙ୍କନିଧି କଟୁରୀ ଧରି ଲକ୍ଷ୍ମୀପ୍ରିୟାକୁ ହାଣିବା ପାଇଁ ଜଗି ବସିଥିଲେ।

ଲକ୍ଷ୍ମୀପ୍ରିୟା ମେଡିକାଲରୁ ବାହାରିବା ପରେ ବାଙ୍କନିଧି ତାଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚୋଟ ବାଜିଥିଲା ତିନି ବର୍ଷର ଝିଅ ଦେହରେ। ଝିଅକୁ ଆସୁ ଚିକିତ୍ସ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଲକ୍ଷ୍ମୀପ୍ରିୟା ନିଜ ବାପା ଘରକୁ ଫେରିଥିଲେ। ଏନେଇ ବୈଦେଶ୍ୱର  ପୁଲିସ ରବିବାର ପୁରୁଣାପାଣିରୁ   ସ୍ୱାମୀ ବାଙ୍କନିଧିକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ନେଇ ବୈଦ୍ୟେଶ୍ୱର  ଆଇଆଇସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories