www.samajalive.in
Sunday, December 14, 2025
14.1 C
Bhubaneswar

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି: ୨୧ ମୃତ, ୮୩ ଆହତ

ସମାଜ ଡିଜିଟାଲ ଡେସ୍କ: ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ରବିବାର ରୁଷ ପକ୍ଷରୁ ୟୁକ୍ରେନର ସୁମି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାରା ବିଶ୍ଵର ରୁଷର ଏଭଳି କାର୍ଯ୍ୟର ଜବାବ ଦେବାକୁ ଜେଲେନ୍‌ସ୍କି ଅନୁରୋଧ କରିଛନ୍ତି।

ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସୁମି ସହରର କେନ୍ଦ୍ର ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ସମୟରେ ରୁଷ ବାଲିଷ୍ଟିକ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ଏଥିରେ ଅନେକ କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories