ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗି ରାଉରକେଲା। ରାଉରକେଲା ଏସ୍ ଟିଆଇ ଛକ ରେଳବାଇ ଫାଟକ ସମ୍ମୁଖରୁ ଗଳା କଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ପରିଚୟ ଜଣାପଡିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ଉଦିତ୍ ନଗର ଥାନା ଅଞ୍ଚଳରେ ମଧ୍ୟରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା।



