www.samajalive.in
Friday, December 5, 2025
20.1 C
Bhubaneswar

ସବୁଜ ପରିବାର

ଭୁବନେଶ୍ଵର:  ସମସ୍ତେ ଭାବୁଥିବେ ଯେ ଏ ସବୁଜ ପରିବାର କ’ଣ? ଏମିତି ସଂଜ୍ଞା କ’ଣ? ସମସ୍ତେ ମନେ ମନେ ଭାବୁଥିବେ ଯେ ଆମେ ଯୌଥ ପରିବାର ଓ ନିୟୁକ୍ଲିୟର ପରିବାର ବିଷୟରେ ଜାଣିଛୁ। ଏ ସବୁଜ ପରିବାର ବୋଧେ କିଛି ନୂଆ ସମୟ ଅନୁସାରେ ସବୁ କିଛି ବଦଳି ଚାଲିଛି। ସମୟ ଅନୁସାରେ ରାଜ୍ୟ, ଦେଶର ଓ ଏ ମଣିଷ ଅନେକ ମାତ୍ରାରେ ବଦଳିଛି। ଯେତେ ଶବ୍ଦ ଏ ସମାଜରେ ଅଛି, ସେ ସବୁରୁ ପରିବାର ଶବ୍ଦର ମୂଲ୍ୟ ଅତ୍ୟନ୍ତ ଭାବଗର୍ଭକ ଓ ଭାବୋଦ୍ଦୀପକ। ପରିବାର ମଣିଷ ପାଇଁ ଏକମାତ୍ର ଶାନ୍ତିର ନିବାସ। ସତେ ଯେମିତି ବୈକୁଣ୍ଠ ଭୁବନ। ଯେଉଁ ପରିବାର ଯେତେ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ, ସେ ପରିବାର ହିଁ ସୁଖୀ ପରିବାର ଏ ଧରା ପୃଷ୍ଠାରେ। ପରିବାର ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶାନ୍ତିପ୍ରିୟ ସ୍ଥାନ। ପ୍ରତ୍ୟେକ ପରିବାର ସଦସ୍ୟମାନେ ଚାହାନ୍ତି ଯେ, ଆମେ ସବୁବେଳେ ଶାନ୍ତିରେ ଜୀବନଯାପନ କରୁ ; କିନ୍ତୁ ଏ ଶାନ୍ତି ଏକ ଏମିତି ସଂଜ୍ଞା ଓ ଶବ୍ଦ ସହଜରେ ମିଳି ନଥାଏ। ସମସ୍ତେ ବ୍ୟସ୍ତ ଏ ଶାନ୍ତି ଖୋଜିବାକୁ ଅତ୍ର ତତ୍ର ସର୍ବତ୍ର। ପରିବାରକୁ ଛାଡ଼ି ରାସ୍ତା ଘାଟରେ ଶାନ୍ତି ଆବଶ୍ୟକ କରେ ଏ ମଣିଷ। ଯେଉଁ ପରିବାର ଯେତେ ଉନ୍ନତ ସେ ପରିବାର ସମାଜର ସେତେ ପରିଚିତ। ସମସ୍ତ ସଦସ୍ୟଙ୍କ ପାଇଁ ବିଶ୍ୱାସର ପରିଭାଷା ଭିନ୍ନ ଭିନ୍ନ। ବିଶ୍ୱାସ ବିନା ଏକ ଭଗ୍ନ ଓ ଜରାଜୀର୍ଣ୍ଣ ଗୃହ ପରି ସଚିତ୍ରଣ ସବୁଠାରେ।
କଥାରେ ଅଛି ପରା-“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର/ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।” ଏହି ଉକ୍ତିର ଯଥାର୍ଥତା ଆଜି ଖୋଜି ବସିଲେ ହତାଶ ହେବାକୁ ପଡ଼ୁଛି ପ୍ରତିଟି ସମୟରେ। ଏବେ ସମସ୍ତେ ନିର୍ବିକାର ଓ ନିରବଦ୍ରଷ୍ଟାର ଉଦାହରଣ ସ୍ୱରୂପ ପର୍ଯ୍ୟବସିତ ପାରିବାରିକ ସମାଜରେ ମରିବା ଅପେକ୍ଷା ବଞ୍ଚିବା ଓ ବଞ୍ଚାଇବା ବହୁତ କାଠିକର ପାଠ। ଆଜିର ପରିବାର ଅନେକ ପ୍ରଶ୍ନବାଚୀ ସହିତ ଆଗକୁ ବଢ଼ି ଚାଲିଛି। ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ବାପା ଓ ପୁଅ ବୋହୂଙ୍କ ମଧ୍ୟରେ ବିଭ୍ରାନ୍ତିକର ନୀତିନିୟମ ନଚେତ ବୟସ୍କ ବାପା ମାଆଙ୍କୁ ଘରୁ ବାହାର କରି ଦିଆଯାଇ ଥାଏ। ଯଦି ବି କେହି ପାଖରେ ଥାଆନ୍ତି, ତେବେ ସେମାନଙ୍କ ବ୍ୟବହାର ଏମିତି ଥାଏ ଯେ, ସେମାନେ ପାଖରେ ଥାଇବି ଅନେକ ଦୂରରେ ରହିଲା ପରି ଅନୁଭବ ହୁଏ। ପରିବାରର ଏସବୁ ଅନିୟମିତତାକୁ ଆଖି ଆଗରେ ଲୋକାୟିତ କରି ସମାଜ ଆଗରେ ଭଲ ବୋଲି ପ୍ରମାଣିତ କରୁଥାନ୍ତି। ପରିବାରଟି ନିତିଦିନ ମଶାଣି ପରି ଅନୁଭବ ହୁଏ। ଅବିବେକୀ ହୃଦୟ ଆଗରେ ଏ ପରିବାରର ଭବିଷ୍ୟତ ପର୍ଯ୍ୟବସିତ। କେଉଁଠି ପରିବାର ଅଛି ତ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ଆଉ କେଉଁଠାରେ ଆନ୍ତରିକତାର ନକାରାତ୍ମକ ପ୍ରଭାବ ଅକ୍ଟୋପସ ପରି ମନ ଓ ହୃଦୟକୁ ଉଦଭ୍ରାନ୍ତ କରୁଛି। ଏ ସଂସାର ହେଉଛି ଏକ ଜୀବନ୍ତ ନଦୀ। ଏ ନଦୀ ଅତ୍ୟନ୍ତ ଭାବଗର୍ଭକ ଓ ମହାକାଳ ଫଳ ପରି ଉତ୍କଟ। ଏଠାରେ ଖୁସି ଆସେ ପୁଣି ତା ବାଟରେ ବାଟ କାଢି କଡ଼ ଲେଉଟାଇ ଚାଲିଯାଏ। କେତେବେଳେ ଦୁଃଖ ବି ଆସେ ପୁଣି ସିଏ ବି ଚାଲିଯାଏ, ସତେ ଯେମିତି ବନ୍ୟା ପରେ ଜମିରେ ପଟୁ ମାଡି ଯାଏ। ବିଷୟସୂଚୀ ଅନୁସାରେ, ଏ ସବୁ ପରିବାର ଠାରୁ ସବୁଜ ପରିବାର ଭିନ୍ନ ମତ ପରିପ୍ରକାଶ କରିଥାଏ। ଯେମିତି ସବୁଜ ବନାନୀ ଥିଲେ ଏ ଧରଣୀ ମାତାଙ୍କ ମୁଖମଣ୍ଡଳରେ ହସ ଫୁଟିଥାଏ। ସବୁଜ ପ୍ରକୃତିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର। ସବୁଜ ପରିବେଶ ବାୟୁମଣ୍ଡଳକୁ ସୁସ୍ଥ ଓ ସନ୍ତୁଳିତ ରଖିଥାଏ। ଯାହା ଏ ଜୀବ ଜଗତର ଅତ୍ୟନ୍ତ ଆବଶ୍ୟକ। ସବୁଜ ରଙ୍ଗର ଆକର୍ଷଣ ଏକ ସ୍ୱତନ୍ତ୍ର ଓ ପବିତ୍ର। ଟ୍ରାଫିକର ନିୟନ୍ତ୍ରଣରେ ସବୁଜ ରଙ୍ଗର ପ୍ରାଧାନ୍ୟତା କେତେ ଆବାଶ୍ୟକ, ଆପଣମାନେ ସମସ୍ତେ ଜାଣିଛନ୍ତି। ଏ ରଙ୍ଗରେ ଅନେକ ମାତ୍ରାରେ ସଂସ୍କାରାତ୍ମକ ସଙ୍କେତ ପରିଦୃଷ୍ଟ ହୁଏ। ଏବେ ଆପଣମାନେ ବୁଝିପାରୁଥିବେ ଯେ ଏ ସବୁଜ ପରିବାର କ’ଣ ଓ କେମିତି ହୋଇଥିବା ଦରକାର। ସବୁଜ ପରିବାର କହିଲେ, ଯେଉଁଠି ସବୁଜ ରଙ୍ଗର ମହତ୍ତ୍ବକୁ ଆଡେଇ ନଦେଇ ପଥିକ ପଥଦୃଶ୍ୟକୁ ଅବଲୋକନ କରି ଆଗକୁ ଆଗକୁ ଅଗ୍ରସର ହୋଇଥାଏ। ପଥିକ ଜଣଙ୍କ ଯେମିତି ସବୁଜ ସଙ୍କେତକୁ ଚାହିଁ ରହିଥାଏ ରାସ୍ତା ଅତିକ୍ରମ କରିବା ପାଇଁ। ଠିକ୍‌ ସେହିଭଳି ଏ ସବୁଜ ପରିବାର ଏ ଧାରାକୁ ନବୀନ ରୂପରେଖ ଦେଇପାରିବ। ଯେଉଁ ପରିବାରରେ ସଦାସର୍ବଦା ଆନ୍ତରିକତା, ସ୍ନେହ, ଶ୍ରଦ୍ଧା, ଆଦର, କର୍ତ୍ତବ୍ୟବୋଧ, କର୍ମନିଷ୍ଠା, ସକାରାତ୍ମକ ମନୋଭାବ, ସାହାଯ୍ୟ ସହାନୁଭୂତି, ଅନୁଶାସନ, ଭାଷାର ଗୁରୁତ୍ୱ, ବୟସ୍କ ବ୍ୟକ୍ତି ମାନଙ୍କର ସମ୍ମାନ ଓ ସଦିଚ୍ଛାକୁ ସର୍ବୋପରି ଗୁରୁତ୍ୱ ଦେବା ହିଁ ଶ୍ରେଷ୍ଠ ପରିବାର ଭାବରେ ପରିଗଣିତ ହୁଏ। ସକାରାତ୍ମକ ମନୋଭାବ ପୋଷଣ କରି ପରିବାରକୁ ଆଗକୁ ବଢ଼ିବାରେ ସହଯୋଗ କରିବା ହିଁ ଏକ ସୁନ୍ଦର ଓ ବଳିଷ୍ଠ ପରିବାର ଅଟେ। ଏହା ହିଁ ସବୁଜ ପରିବାର। ଆସନ୍ତୁ ସମସ୍ତେ ମିଳିମିଶି ପରିବାରରୁ ରାମରାଜ୍ୟ ସ୍ଥାପନ କରି ରାଜ୍ୟର ତଥା ଦେଶର ଉନ୍ନତି ପାଇଁ ଅଣ୍ଟା ଭିଡ଼ି ଚାଲିବା। ସବୁଜ ପରିବାରର ଭବିଷ୍ୟତ ନିଶ୍ଚିତ ଭାବରେ ସମାଜ ଗଠନ ଦିଗରେ ଏକ ସ୍ୱତନ୍ତ୍ର ଓ ପ୍ରେରଣାତ୍ମକ ଚେତନା ଜାଗ୍ରତ କରାଇବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories