www.samajalive.in
Sunday, December 14, 2025
16.1 C
Bhubaneswar

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ଗ୍ରହ ସବୁଠାରୁ ଧିମା ଗତିରେ ଚଳନ କରି ଥାନ୍ତି । ସେ ଅଢେଇ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୩୦ ବର୍ଷକୁ ଥରେ ଶନି ରାଶି ଚକ୍ରକୁ ପୂରଣ କରି ଥାନ୍ତି । ସମୟ ଅନୁଯାୟୀ ଶନି ଓଲଟା ମଧ୍ୟ ଚଳନ କରି ଥାନ୍ତି । ଶନିଙ୍କ ସିଧା ଓ ଓଲଟା ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶନି ବର୍ତ୍ତମାନ ୧୩୮ ଦିନ ପାଇଁ ଓଲଟା ଚଳନ କରିବେ । ଶନି ଦେବ ୧୩ ଜୁଲାଇ ୨୦୨୫ରେ ଓଲଟା ଚଳନ କରିବେ । ୨୮ ନଭେମ୍ବର ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ଏହି କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଜାଣନ୍ତୁ..

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବା ସହ ଚାକିରିରେ ପଦନ୍ନୋତି ଓ ଦରମା ବୃଦ୍ଧି ହେବ । ବ୍ୟବସାୟରେ ବୃଦ୍ଧି ସହ ଯାତ୍ରାର ମଧ୍ୟ ଯୋଗ ରହିଛି । ଘରେ ମାଙ୍ଗଳିକ କାର୍ଯ୍ୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

- Advertisement -

ବୃଷ- ନୂଆ ଚାକିରିର ଯୋଗ ରହିଛି । ଯେଉଁମାନେ ଦୀର୍ଘ ଦିନରୁ ଚାକିରି ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କର ଚାକିରି ହେବ । ସୁବର୍ଣ୍ଣ ସୁଯୋଗ ମିଳିବ । ହଠାତ୍‌ ଧନପ୍ରାପ୍ତି ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।

ମକର- ଜୀବନରେ ଆୟର ନୂଆ ନୂଆ ସୁଯୋଗ ଆସିବ । ଆମଦାନୀ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ । ଯାତ୍ରାର ଯୋଗ ରହିଛି ।

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories