www.samajalive.in
Sunday, December 14, 2025
26.1 C
Bhubaneswar

୩,୮୮୦ କୋଟିର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ବାରାଣସୀର ବିକାଶ ଏକ ନୂତନ ଗତି ହାସଲ କରିଛି। ସେ କହିଥିଲେ ଯେ କାଶୀ ଆଧୁନିକତାକୁ ଆପଣାଇବା ସହ ଏହାର ଐତିହ୍ୟକୁ ସଂରକ୍ଷିତ ରଖିଛି। କାଶୀ ଏବେ କେବଳ ପ୍ରାଚୀନ ନୁହେଁ, ପ୍ରଗତିଶୀଳ ମଧ୍ୟ। ଭିତ୍ତିଭୂମି ବିକାଶ, ବିଶେଷକରି ବାରାଣସୀରେ ସଡ଼କ ଯୋଗାଯୋଗ ବୃଦ୍ଧି ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ସେ ଏହି ଅଞ୍ଚଳରେ ବିଭିନ୍ନ ସଡ଼କ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହା ମଧ୍ୟରେ ବାରାଣସୀ ରିଙ୍ଗରୋଡ୍ ଓ ସାରନାଥ ମଧ୍ୟରେ ଏକ ସଡ଼କପୋଲ, ସହରର ଭିଖାରୀପୁର ଓ ମଣ୍ଡୁଆଡିହ ଛକରେ ଫ୍ଲାଏ ଓଭର ଏବଂ ବାରାଣସୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୩୧ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡର ପାସ୍‌ର ଶିଳାନ୍ୟାସ ରହିଛି। ବିଦ୍ୟୁତ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜୌନପୁର, ଚାନ୍ଦୌଲି ଓ ଗାଜିପୁର ଜିଲାର ୧,୦୪୫ କୋଟିରୁ ଅଧିକ ମୂଲ୍ୟର ଦୁଇଟି ୪୦୦ କେଭି, ଗୋଟିଏ ୨୨୦ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ଆନୁଷଙ୍ଗିକ ଟ୍ରାନ୍ସମିସନ ଲାଇନର ଉଦ୍‌ଘାଟନ କରିଥିଲେ। ସେ ବାରାଣସୀର ଚୌକା ଘାଟରେ ୨୨୦ କେଭି ଟ୍ରାନ୍ସମିସନ ସବ୍‌ଷ୍ଟେସନ, ଗାଜିପୁରରେ ୧୩୨ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ୭୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାରାଣସୀ ସହର ବିଦ୍ୟୁତ ବିତରଣ ବ୍ୟବସ୍ଥାର ଉନ୍ନତିକରଣର ଶିଳାନ୍ୟାସ କରିଥିଲେ। ସୁରକ୍ଷା କର୍ମୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପୁଲିସ ଲାଇନରେ ଏକ ଟ୍ରାନଜିଟ ହଷ୍ଟେଲ ଏବଂ ବ୍ୟାରେଜକୁ ଉଦ୍‌ଘାଟନ କରିଥିଲେ। ଏଥିସହ ବିଭିନ୍ନ ଥାନାରେ ନୂତନ ପ୍ରଶାସନିକ କୋଠା ଓ ପୁଲିସ ଲାଇନରେ ଏକ ହଷ୍ଟେଲର ଶିଳାନ୍ୟାସ କରିଛନ୍ତି। ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପିନ୍ଦ୍ରାରେ ପଲିଟେକନିକ କଲେଜ, ବରକି ଗ୍ରାମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ ମହାବିଦ୍ୟାଳୟ, ୩୫୬ ଟି ଗ୍ରାମୀଣ ପାଠାଗାର ଏବଂ ୧୦୦ ଟି ଅଙ୍ଗନବାଡି କେନ୍ଦ୍ର ସମେତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସ୍ମାର୍ଟ ସିଟି ମିଶନ ଅଧୀନରେ ୭୭ଟି ପ୍ରାଥମିକ ବିଦ୍ୟାଳୟ କୋଠାର ନବୀକରଣ ଏବଂ ବାରଣାସୀର ଚୋଲାପୁରଠାରେ କସ୍ତୁରବା ଗାନ୍ଧୀ ସ୍କୁଲର ଏକ ନୂତନ କୋଠା ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିଥିଲେ। ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଦୟ ପ୍ରତାପ କଲେଜରେ ଫ୍ଲଡଲାଇଟ୍‌ ଏବଂ ଦର୍ଶକ ଗ୍ୟାଲେରୀ ସହିତ ସିନ୍ଥେଟିକ୍‌ ଟର୍ଫ ଏବଂ ଶିବପୁରଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ। ଗଙ୍ଗା ନଦୀରେ ସାମନେଘାଟ ଏବଂ ଶାସ୍ତ୍ରୀଘାଟର ପୁନଃନିର୍ମାଣ, ୩୪୫ କୋଟିରୁ ଅଧିକ ଟଙ୍କାର ଜଳ ଜୀବନ ମିଶନ ଅଧୀନରେ ୧୩୦ଟି ଗ୍ରାମୀଣ ପାନୀୟ ଜଳଯୋଜନା, ବାରାଣସୀର ୬ଟି ପୌରାଞ୍ଚଳର ଉନ୍ନତି କରଣ ଏବଂ ବାରାଣସୀର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡସ୍କେପିଂର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। କାରିଗରମାନଙ୍କ ପାଇଁ ଏମଏସଏମଇ ୟୁନିଟି ମଲ୍, ମୋହନ ସରାଇଠାରେ ପରିବହନନଗର ଯୋଜନାର ଭିତ୍ତିଭୂମି ବିକାଶ କାର୍ଯ୍ୟ, ଡବ୍ଲୁଟିପି ଭେଲୁପୁରରେ ୧ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ, ୪୦ଟି ଗ୍ରାମପଞ୍ଚାୟତରେ କମ୍ୟୁନିଟି ହଲ୍‌ର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories