www.samajalive.in
Monday, December 15, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ନଗଦ ୫ଲକ୍ଷ ଟଙ୍କା ଜବତ

ମାଲକାନଗିରି: ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରାପଡ଼ିଲେ। ସହକାରୀ ଯନ୍ତ୍ରୀ କେତେ ଟଙ୍କା ନେଇ ଯାଉଥିଲେ ଜଣାପଡ଼ିନାହିଁ।

ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ  ଓଡ଼ିଶା ଭିଜିଲାନ୍ସ ଆଜି ଚିତ୍ରକୋଣ୍ଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଏକ ୱାଗନଆର କାରରେ ଭୁବନେଶ୍ୱର ଯାଉଥିବା ସମୟରେ ଅଟକାଇଥିଲା। ତାଙ୍କ ପାଖରେ ୫.୦୭ ଲକ୍ଷ ଟଙ୍କା ନଗଦ ଥିବାର ଜଣାପଡ଼ିଥିଲା, ଯାହା ଠିକାଦାରଙ୍କଠାରୁ ସଂଗୃହୀତ ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରାଯାଉଛି। ଗୋବିନ୍ଦପାଲି ଛକ ନିକଟରେ ତାଙ୍କୁ ଅଟକାଯାଇଥିଲା  ଏବଂ ତାଙ୍କ ପାଖରେ ଥିବା ୫.୦୭ ଲକ୍ଷ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଏହାକୁ ଜବତ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି।

- Advertisement -

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି।  ଶ୍ରୀ ପାଣିଗ୍ରାହୀଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories