www.samajalive.in
Sunday, December 14, 2025
15.1 C
Bhubaneswar

ଚିଲ ନେଇଗଲା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ, ଦେଖନ୍ତୁ ଭିଡିଓ

କସରଗଡ : ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ବା ହଲ୍‌ ଟିକଟ୍‌ ଚିଲ ନେଇଯିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା କେରଳର କସରଗଡରେ ଘଟିଛି। ମାତ୍ର ପରୀକ୍ଷାର କିଛି ମୁହୂର୍ତ୍ତ ପୂର୍ବରୁ ଚିଲଟି ଆଡମିଟ୍ କାର୍ଡ ପକାଇ ଦେବାରୁ ପରୀକ୍ଷାର୍ଥୀ ଜଣଙ୍କ ପରୀକ୍ଷା ଦେଇ ପାରିଥିଲେ। କେରଳ ପବ୍ଲିକ ସର୍ଭିସ କମିସନ (ପିଏସ୍‌ସି) ପରୀକ୍ଷା ଦେବାକୁ କସରଗଡ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଜଣେ ପ୍ରାର୍ଥୀ ଗୁରୁବାର ସକାଳେ ଆସିଥିଲେ। ୭ଟା ୩୦ରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରାର୍ଥୀ ଜଣଙ୍କ ଆଗୁଆ ଆସି ପହଞ୍ଚି ଯାଇଥିଲେ। ସେ ତାଙ୍କ ଆଡମିଟ୍ କାର୍ଡ ପାଖରେ ରଖି ପରୀକ୍ଷା ପାଇଁ ପଢାପଢି କରୁଥିଲେ। ଏହି ସମୟରେ ଏକ ଚିଲ ଆସି ଆଡମିଟ୍ କାର୍ଡଟିକୁ ନେଇ ଯାଇଥିଲା।

- Advertisement -

ଚିଲଟି ଆଡମିଟ୍ କାର୍ଡକୁ ଧରି  ବିଦ୍ୟାଳୟର ଏକ ଝରକା ଉପରେ ବସିଥିଲା। ଏହି ଘଟଣା ଅନ୍ୟ ପରୀକ୍ଷାର୍ଥୀ ଓ ଉପସ୍ଥିତ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ହୋଇଥିଲା। ତେବେ ଚିଲଟିକୁ କେହି ଘଉଡାଇ ନଥିଲେ। ପରୀକ୍ଷା ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ଚିଲଟି ଧରିଥିବା ଆଡମିଟ୍‌ କାର୍ଡଟିକୁ ତଳେ ପକାଇ ଦେଇଥିଲା। ଫଳରେ ପରୀକ୍ଷାର୍ଥୀ ଜଣଙ୍କ ଆଡମିଟ୍ କାର୍ଡ ଧରି ପରୀକ୍ଷା ହଲ୍‌କୁ ଦୌଡିଥିଲେ ଓ ପରୀକ୍ଷା ଦେଇଥିଲେ। ଘଟଣା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି।  ତେବେ ଯେଉଁ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି ସେ ଗଣମାଧ୍ୟମକୁ କିଛି କହି ନାହାନ୍ତି କି ତାଙ୍କ ପରିଚୟ ମଧ୍ୟ ଜଣାପଡିନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories