www.samajalive.in
Saturday, December 13, 2025
26.1 C
Bhubaneswar

ବହୁ ଚର୍ଚ୍ଚିତ ଧଉଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ ; ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର : ଧଉଳି ଲିଙ୍ଗିପୁର ମେଳଣ ପଡିଆରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ଗୁରୁବାର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଯୁବତୀଙ୍କ ଗଳିତ ମୃତଦେହ ମିଳିବାକୁ ନେଇ ଘଟଣାର ତଦନ୍ତ ପ୍ରାୟ ୩ ମାସ ହେବ ଚାଲୁ ରହିଥିଲା। ଜାନୁଆରୀ ୧୦ ତାରିଖରେ ଖଣ୍ଡଗିରି ଥାନାରେ ଯୁବତୀଙ୍କ ନିଖୋଜ ନେଇ ଏତଲା ହୋଇଥିଲା। ଜାନୁଆରୀ ୨୮ରେ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ମୃତ ଯୁବତୀଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ସବୁ ପ୍ରମାଣ ମିଳିଥିଲା । ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ହେଲେ ଚନ୍ଦନ ପରିଡା ଓରଫ ମଙ୍ଗୁ । ଯୁବତୀ ଜଣକ ଭୁବନେଶ୍ୱରରେ ସେଲସ ଓମ୍ୟାନ ଭାବେ କାମ କରୁଥିଲେ । ଯୁବତୀଙ୍କ ସହ ଅଭିଯୁକ୍ତର ପୂର୍ବରୁ ସମ୍ପର୍କ ଥିବା ସହ ତାଙ୍କ ଠାରୁ କିଛି ଅର୍ଥ ମଧ୍ୟ ନେଇଥିଲା । ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଡାକି ନେଇ ଧଉଳିରେ ହତ୍ୟା କରିଥିଲା ।
ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି । ଅଭିଯୁକ୍ତ ନାଁରେ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି । ଅଭିଯୁକ୍ତକୁ ନେଇ ପୁଲିସ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି ।

ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories