www.samajalive.in
Monday, December 15, 2025
16.1 C
Bhubaneswar

ଇଂଲିଶ କହିବାରୁ ମହିଳାଙ୍କୁ ମାଡ଼

ସମାଜ ଡିଜିଟାଲ ଡେସ୍କ: ଇଂଲିଶ କହିବାରୁ ଜଣେ ମହିଳା, ତାଙ୍କ ବାନ୍ଧବୀ ଓ ପରିବାର ସଦସ୍ୟଙ୍କୁ ମାଡ଼ ମରାଯିବା ସହିତ ମରଣାନ୍ତକ ଆକ୍ରମଣ କରାଯାଇଛି। ମହାରାଷ୍ଟ୍ରର ଥାଣେ ଅନ୍ତର୍ଗତ ଡମ୍ବିଭଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ତାହାକୁ ଗୁରୁତ୍ଵ ଦେଇ ନ ଥିଲା। କିନ୍ତୁ ଆକ୍ରମଣର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରୁ ତଦନ୍ତ ପାଇଁ ଆଗ୍ରହ ଦେଖାଇଛି।

ସୂଚନା ଅନୁସାରେ, ପୁରୁଣା ଡମ୍ବିଭଲିରେ ଏକ କୋଠାରେ ରହୁଥିବା ପୁନମ ଗୁପ୍ତା ଗତ ସୋମବାର ସନ୍ଧ୍ୟା ଘରକୁ ଫେରିଥିଲେ। ସାଥୀରେ ତାଙ୍କ ୯ମାସର ଶିଶୁ ଏବଂ ସାଙ୍ଗ ଜ୍ୟୋତି ଚଭନ ଥିଲେ। ତାଙ୍କ ପଡ଼ୋଶୀ ଘର ଧୋବଲେ ପରିବାରରେ କିଛି ଉତ୍ସବ ଚାଲିଥିଲା। ଉତ୍ସବକୁ ଆସିଥିବା ସମ୍ପର୍କୀୟମାନେ ପୁନମଙ୍କ ଘରକୁ ଯିବା ବାଟରେ ଛିଡ଼ା ହୋଇଥିଲେ। ପୁନମ ନମ୍ରତାର ସହିତ ସେମାନଙ୍କୁ ଇଂଲିଶ ଭାଷାରେ ‘ଏକ୍ସକ୍ୟୁଜ ମି’ କହି ବାଟ ଛାଡ଼ିବାକୁ କହିଥିଲେ। ଏତିକି କଥାରେ ଧୋବଲେ ପରିବାର ସଦସ୍ୟମାନେ ତାଙ୍କୁ ଇଂଲିଶ ନ କହି ମରାଠୀ ଭାଷାରେ କହିବାକୁ ବାଧ୍ୟ କରିଥିଲେ। ପୁନମ ମରାଠୀ ଜାଣି ନ ଥିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପୁନମଙ୍କ ସହ ଥିବା ଜ୍ୟୋତି ସେମାନଙ୍କୁ ବିରୋଧ କରିଥିଲେ। ଏହା ପରେ ଧୋବଲେ ପରିବାରର ସଦସ୍ୟମା​‌ନେ ମିଶି ଜ୍ୟୋତି, ପୁନମଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ପୁନମଙ୍କ ସ୍ଵାମୀ ପହଞ୍ଚି ଅଟକାଇବାରୁ ତାଙ୍କୁ ବି କାଠରେ ଆକ୍ରମଣ କରାଯାଇଥିଲା। ଥାନାରେ ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ତାହାକୁ ଗୁରୁତ୍ଵ ଦେଇ ନ ଥିଲା। କିନ୍ତୁ ପରେ ସିସିଟିଭି ଫୁଟେଜ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରୁ ଏହାକୁ ଗୁରୁତ୍ଵ ଦେଇ ପୁଲିସ ତଦନ୍ତ ଚଳାଇଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories