www.samajalive.in
Sunday, December 7, 2025
18.1 C
Bhubaneswar

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ କ୍ୟାରିୟର ଡ଼େ ପାଳିତ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ କ୍ୟାରିୟର ଡ଼େ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ କ୍ୟାରିୟର ବିଶେଷଜ୍ଞ ଭାବେ ରେଭେନ୍‌‌ସା ବିଶ୍ୱବିଦ୍ୟାଳୟର ବିଜିନେସ୍‌‌ ଆଡ଼ମିନ୍‌‌ଷ୍ଟ୍ରେସନ୍‌‌ ବିଭାଗର ଆସିଷ୍ଟାଣ୍ଟ୍‌‌ ପ୍ରଫେସର ଡ଼ଃ ଶ୍ରଦ୍ଧାଞ୍ଜଳି ପଣ୍ଡା ଓ କ୍ୱେଷ୍ଟ ଆଲାଏନ୍ସ ନାମକ ଏନ୍‌‌ଜିଓ ତରଫରୁ ମୌମି ସେନଗୁପ୍ତା ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତ୍ୟାରୀ ସାହୁ ଓ ପ୍ରାକ୍ତନ ଛାତ୍ରସଂସଦର ଯୁଗ୍ମ ସଂପାଦକ ରଶ୍ମିରଞ୍ଜନ ସ୍ୱାଇଁ ମଧ୍ୟ ଏହି କର୍ମଶାଳାରେ ଯୋଗଦାନ କରିଥିଲେ। ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ଗଣିତ ଓ ବିଜ୍ଞାନ କ୍ଲବ୍‌‌ ତରଫରୁ କ୍ୱେଷ୍ଟ ଆଲାଏନ୍ସ ସହାୟତାରେ ଅନୁଷ୍ଠିତ ଏହି ଦିନିକିଆ କର୍ମଶାଳାରେ ନବମ ଓ ଦଶମ ଛାତ୍ରଛାତ୍ରୀ କ୍ୟାରିୟର କାର୍ଡ଼ ତିଆରି କରିବା ସହ ନିଜ ମନପସନ୍ଦର କ୍ୟାରିୟର ବାଛି ଅଭିନୟ କରିଥିଲେ। ଏହି ଅବସରରେ କ୍ୟାରିୟର ବିଶେଷଜ୍ଞ ତଥା ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଡ଼ଃ ଶ୍ରଦ୍ଧାଞ୍ଜଳି ପଣ୍ଡା ରୋଲ ମଡ଼େଲ ଭାବେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ ଏଆଇ ଓ ଅନ୍ୟ କେତେକ ନୂତନ କ୍ଷେତ୍ରରେ କ୍ୟାରିୟର ଗଠନର ସୁଯୋଗ ସମ୍ବନ୍ଧରେ ଆଲୋକପାତ କରିଥିଲେ। କ୍ୱେଷ୍ଟ ଆଲାଏନ୍ସ ତରଫରୁ ମୌମି ସେନଗୁପ୍ତା, କୋର୍ଡ଼ିନେଟର ସ୍ୱାତୀ ଜେନା ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପିତା ନାୟକ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀ ସାହୁ ହାଇସ୍କୁଲ୍‌‌ ପରେ ନିଜ ଦକ୍ଷତା ଅନୁଯାୟୀ ଛାତ୍ରଛାତ୍ରୀ କିପରି କ୍ୟାରିୟର୍‌‌ ବାଛିବେ ସେ ସମ୍ବନ୍ଧରେ ବୁଝାଇଥିଲେ।

୨୦୨୪ ହାଇସ୍କୁଲ୍‌‌ ପରୀକ୍ଷା ଉତ୍ତୀର୍ଣ୍ଣ ଛାତ୍ର ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ବାଙ୍ଗାଲୋର ହାକାଥନ୍‌‌ରେ କୃତ୍‌‌ତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ପାଞ୍ଚଜଣିଆ ଟିମ୍‌‌ର ପ୍ରକଳ୍ପ ‘ଦ ଡ଼ୋଜବୁଷ୍ଟର’ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଏହି ଅବସରରେ କ୍ୟାରିୟର କାର୍ଡ଼ ତିଆରି ଓ ରୋଲ୍‌‌ ପ୍ଲେ‘ ଓ ଗଣିତ ଓ ବିଜ୍ଞାନ କ୍ଲବ୍‌‌ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଟଳ ଟିଙ୍କରିଂ ଲ୍ୟାବ୍‌‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ନବଉଦ୍ଭାବନ ନିମନ୍ତେ ପ୍ରେରଣା ପାଇଁ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପିତା ନାୟକ ଓ କୌଶଳୀ କ୍ଲବ୍‌‌ ଜରିଆରେ ଛାତ୍ରଛାତ୍ରୀଙ୍କ ସୂଚନା ଓ ପ୍ରଯୁକ୍ତି ଜ୍ଞାନ ବୃଦ୍ଧି ପାଇଁ କଂପ୍ୟୁଟର ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ ଓ କ୍ୱେଷ୍ଟ ଆଲାଏନ୍ସର ସ୍ୱାତୀ ଜେନାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ-ଶିକ୍ଷିକା ଅମ୍ବିକା ପୃଷ୍ଟି, ପ୍ରମିଳା ଜେନା, ପ୍ରମୋଦ କୁମାର ପାଲ୍‌‌, ଅଞ୍ଜନା ବୋଷ ଓ ଶିବାନୀ ସାହୁ ପ୍ରମୁଖ ପ୍ରଦର୍ଶନୀ ଓ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିବା ବେଳେ ଛାତ୍ରୀ ଆକାଂକ୍ଷା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories