ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ସୋମବାର ରାଶିଫଳ

ମେଷ: ପ୍ରଜ୍ଞାଶୀଳ ହେବାର ଗ୍ରହମାନଙ୍କ ଭାବ ସ୍ଥିତିରୁ ସ୍ପଷ୍ଟ ହୋଇଛି। ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଓ ଲାଭପ୍ରଦ ହେବ। ମହାମନୁଷ୍ୟଭାବେ ବିବେଚିତ ହେବେ। ଜ୍ଞାନୀ, ଗୁଣୀଭାବେ ସରକାରୀ ସ୍ବୀକୃତି ମିଳିବ।
ବୃଷ: ବାକ୍ୟ ବିଶାରଦ ହେବେ। ମନୁଷ୍ୟ ହେଲେ ବି ଦେବ ତୁଲ୍ୟ ପୂଜ୍ୟ ହୋଇପାରନ୍ତି। ପରୋପକାରରେ ତତ୍ପର ହେବେ। ଜନଗଣ ହିତକାରୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ମିଥୁନ: ସୁଜନମାନଙ୍କ ପ୍ରତି ସୌଜନ୍ୟ ଓ ଅନୁରକ୍ତି ରହିବ। ନାରୀ ସମାଜକୁ ମାତୃବତ ଜ୍ଞାନ କରିପାରନ୍ତି। ଗୁଣ ପ୍ରଧାନ ହେବେ। ଜଣେ ମୁଖ୍ୟ ଶାସକ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆଦର୍ଶବାଦୀ ହେବେ। କର୍କଟ: ଅସୁସ୍ଥତା ହେତୁ ଚଳତ୍ ଶକ୍ତିହୀନ ହେବାର ମନରେ ଆଶଙ୍କା ଉପୁଜିପାରେ। ଅମୃତ ତୁଲ୍ୟ କଥାରେ ମିଶ୍ରିତ, ଅଶ୍ଳୀଳ ଶବ୍ଦ ଆପଣଙ୍କ ସମ୍ମାନ ହାନି କରିପାରେ। ସାରାଦିନ ସତର୍କର ସହ ଚଳିବାକୁ ପଡ଼ିବ।
ସିଂହ: ସାଧୁଙ୍କ ନିକଟରେ ନିଜର ଅନୁରକ୍ତି ପ୍ରକାଶ କରିବେ। ମାୟା ଗ୍ରାସରୁ ମୁକ୍ତ ରହିବେ। ଶ୍ରୁତି ଶାସ୍ତ୍ର ବିଶାରଦ ହୋଇପାରନ୍ତି। ଗୁରୁମାନଙ୍କଠାରୁ କରୁଣା ପ୍ରାପ୍ତ ହେବେ। ସୁରମାନଙ୍କଠାରେ ପ୍ରଣତି ହେବେ। କନ୍ୟା: ଜଣେ ନିଷ୍ଠାପର କର୍ମୀ ହିସାବରେ ସକଳ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ମିଠା କଥା କହି ବୈରିତା ଆଚରଣ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ପାଖରୁ ଅନ୍ତର କରିବାକୁ ପଡ଼ିବ। କୃପଣ ସ୍ବଭାବର ହେବେ।
ତୁଳା: ସନ୍ମାର୍ଗୀ ହେବେ। ନିଦ୍ରା, ମୈଥୁନ, ତ୍ୟାଗ ପୂର୍ବକ ଭ୍ରାତୃ ଭକ୍ତିଯୁକ୍ତ ହୋଇପାରନ୍ତି। ଖଳ ସ୍ବଭାବର ଲୋକଙ୍କୁ ପାଖରୁ ଦୂର କରି ଶକ୍ତିରେ ନିଃଶ୍ବାସ ମାରିପାରନ୍ତି। ନିର୍ଭୟରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।
ବିଛା: ଚତୁର ସ୍ବଭାବସମ୍ପନ୍ନ ହୋଇପାରନ୍ତି। କୌଶଳପୂର୍ଣ୍ଣ କଥା କହି ନିଜ ଆୟର ସୂତ୍ରକୁ ପରିମାର୍ଜିତ କରିପାରନ୍ତି। କାୟ-ମନ-ବାକ୍ୟରେ ଗମ୍ଭୀର ଭାବ ପ୍ରକାଶ କରି ବ୍ୟକ୍ତିତ୍ବର ସମ୍ମାନ ବୋଧ ହେବେ।
ଧନୁ: ପ୍ରଭୂତ ବିତ୍ତର ଅଧିକାରୀ ହେବେ। ତ୍ବରାନ୍ବିତଭାବେ ଆପଣଙ୍କ ସୁପ୍ରଭାବ ବିସ୍ତାରିତ ହେବ। ସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ। ପତ୍ନୀଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରନ୍ତି।
ମକର: ନିଃସର୍ଗ ସୁଖର ଅଧିକାର ପାଇବାକୁ ହେଲେ ଦାନଧର୍ମର ଦୀକ୍ଷାରେ ଦୀକ୍ଷିତ ହେବାକୁ ପଡ଼ିବ। ଆପଣଙ୍କ ନିଷ୍ଠାପର କର୍ମ ତତ୍ପରତାରେ ମହାନ୍ ଶକ୍ତିସମ୍ପନ୍ନ ହେବା ସହିତ ସଞ୍ଚୟ ଅର୍ଥକୁ ଜଗିରହିବେ। କୁମ୍ଭ: ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଧର୍ମମୟ ପ୍ରତ୍ୟେକ ହିତକର ତିଥି ଓ ବାର ଉପରେ ଉଚିତ ଧ୍ୟାନ ଦେବେ। ସତ୍ୟର ପୂଜାରୀ ହୋଇ ଆଦର୍ଶ ଜୀବନଯାପନ କରିପାରନ୍ତି। ଧନଭାବ ନିମ୍ନଗାମୀ ହେବନାହିଁ।
ମୀନ: ମନୋଭାବ ପ୍ରକାଶ କଲେ ପତ୍ନୀଙ୍କ ବିରାଗ ଭାଜନ ହେବା ଆଶା କରାଯାଏ। ସଂଯମତା ଆଚରଣ ଆପଣଙ୍କ ପକ୍ଷେ ଅନିବାର୍ଯ୍ୟ ହୋଇପଡ଼ିଛି। ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟୟକୁ ପ୍ରତିହତ କରିବେ।
Comments are closed.