www.samajalive.in
Sunday, December 14, 2025
19.1 C
Bhubaneswar

ଶୁଳ୍କ ବୃଦ୍ଧି ଭାଷଣ ସମୟରେ ମୋଦୀଙ୍କ ବିଷୟରେ ଏମିତି କହିଲେ ଟ୍ରମ୍ପ !

ସମାଜ ଡିଜିଟାଲ ଡେସ୍କ: ବୁଧବାର ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି। ଏହି ଅବସରରେ ସେ ଦେଇଥିବା ଭାଷଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଭାରତ ଉପରେ ଶୁଳ୍କ ଲାଗୁ ଟ୍ରମ୍ପ କହିଥିଲେ, ମୋଦୀ ହେଉଛନ୍ତି ତାଙ୍କର ମହାନ ବନ୍ଧୁ। ସେଥିପାଇଁ ନୂଆଦିଲ୍ଲୀ ଉପରେ ଶୁଳ୍କରେ ରିହାତି କରି ୨୬ ପ୍ରତିଶତ ଲାଗୁ କରାଯାଇଛି।

ଟ୍ରମ୍ପ କହିଥିଲେ, ଭାରତ ଅତ୍ୟନ୍ତ କଠୋର। ପ୍ରଧାନମନ୍ତ୍ରୀ ମୋଦୀ ଏବେ ନିକଟରେ ଆମେରିକା ଆସି ସ୍ବଦେଶ ଫେରିଛନ୍ତି। ସେ ମୋର ଜଣେ ମହାନ ବନ୍ଧୁ। କିନ୍ତୁ ମୁଁ କହିଲି, ମୋଦୀ ମୋର ବନ୍ଧୁ, କିନ୍ତୁ ସେ ଆମ ପ୍ରତି ଠିକ ଭାବେ ବ୍ୟବହାର କରୁନାହାନ୍ତି। ଭାରତ ଆମ ଉପରେ ୫୨ ପ୍ରତିଶତ ଶୁଳ୍କ ଲାଗୁ କରୁଛି। ଭାରତକୁ ବୁଝିବା ଦରକାର। ଭାରତକୁ ଦେଖିଲେ ଆମେ ତାଙ୍କ ଉପରେ ଦଶନ୍ଧି ଦଶନ୍ଧି ଧରି ପ୍ରାୟତଃ କିଛି ଶୁଳ୍କ ଲାଗୁ କରିନାହୁଁ। ମାତ୍ର ୭ ବର୍ଷ ତଳେ ସେ ଚୀନ ଉପରେ ଶୁଳ୍କ ଲାଗୁ କରିଥିଲେ ଏବଂ ଶହ ଶହ ବିଲିୟନ ଡଲାର ଶୁଳ୍କ ଚୀନଠାରୁ ନେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରି ଟ୍ରମ୍ପଙ୍କୁ ଭେଟିବା ସହିତ ଶୁଭେଚ୍ଛା ଜଣାଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories