www.samajalive.in
Tuesday, December 9, 2025
16.1 C
Bhubaneswar

ମଳ ତ୍ୟାଗ ବେଳେ ରକ୍ତ ପଡ଼ୁଛି କି ? ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର : ୪୦ ରୁ ୭୫ ବର୍ଷ ବୟଷ୍କ ବ୍ୟକ୍ତିଙ୍କଠାରେ ଦେଖା ଦେଉଛି ଏହି ନୂଆ କର୍କଟ । ଯାହାକୁ ମେଡିକାଲ ଭାଷାରେ କୁହାଯାଉଛି କୋଲୋରେକ୍ଟାଲ କ୍ୟାନ୍ସର । ଏହି ରୋଗ ମୁଖ୍ୟତଃ ଲାର୍ଜ ଇଣ୍ଟେଷ୍ଟାଇନ ବା ବୃହତ ଅନ୍ତଃ ନଳୀକୁ ସଂକ୍ରମଣ କରି ଅଚଳ କରିଦିଏ ।

ରୋଗର କାରଣ ଓ ଲକ୍ଷଣ

- Advertisement -

ଅଧିକ ମାତ୍ରାରେ ଜଙ୍କ ଫୁଡ୍ ଖାଇବା, ପ୍ରଚୁର ମାତ୍ରାରେ ମଦ୍ୟ ବା ଅନ୍ୟ ନିଶା ସେବନ କରିବା, କମ୍ ପାଣି ପିଇବା ଏବଂ ଆବଶ୍ୟକତାଠାରୁ ଅଧିକ ଆମିଷ ଭକ୍ଷଣ ଏହି ରୋଗକୁ ଆମନ୍ତ୍ରଣ କରିଥାଏ । ଏହି ରୋଗ ଗ୍ରାସ କଲେ ପେଟ ପେନ୍ ହେବା, ଡାଇରିଆ ଲାଗି ରହିବା, ଝାଡା କଠିନ ହେବା ଏବଂ ଝାଡ଼ାରେ ରକ୍ତ ପଡ଼ିଥାଏ ।

କେମିତି କରିବେ ନିରାକରଣ

ଏପରି ରୋଗ ଚିହ୍ନଟ ହେବା ପରେ ମେଡିକାଲ ଯାଇ ପ୍ରଥମେ ମଳ ପରୀକ୍ଷା କରିବା ଜରୁରୀ । ମଳରେ ପଡ଼ୁଥିବା ରକ୍ତକୁ କଲୋନସ୍କୋପୀ ଜରିଆରେ ପରୀକ୍ଷା କରାଯିବ । ଯଦି ଏପରି କ୍ୟାନସର ବାହାରେ ତେବେ ୫ ରୁ ୧୦ ହଜାର ଟଙ୍କା ବ୍ୟୟରେ ଏହାର ନିରାକରଣ କରାଯାଇ ପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ଡାକ୍ତର । ରୋଗ ଅଧିକ ଜଟିଳ ଆଡ଼କୁ ଗତି କରିଥିଲେ ଏହା ଅଧିକ ବ୍ୟୟ ସାପେକ୍ଷ ହୋଇପାରେ ।

କୋଲୋରେକ୍ଟାଲ କର୍କଟରେ କେତେ ପୀଡ଼ିତ

ଭାରତରେ ଏହି ରୋଗ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୮ ଜଣଙ୍କ ଠାରେ ଚିହ୍ନଟ ହେଉଛି । ତନ୍ମଧ୍ୟରେ ୫ ଜଣ ମହିଳା ରହୁଛନ୍ତି । ଓଡ଼ିଶାରେ ମଧ୍ୟ ଏହି ରୋଗ ଦେଖା ଦେଲାଣି । କୋଲୋରେକ୍ଟାଲ କ୍ୟାନସର ହେଲେ ଏହା ମୁଖ୍ୟତଃ ଲାର୍ଜ ଇଣ୍ଟେଷ୍ଟାଇନ ବା ବୃହତ ଅନ୍ତଃ ନଳୀକୁ ସଂକ୍ରମଣ କରିଥାଏ ।

କେଉଁମାନଙ୍କ ଠାରେ ଦେଖାଯାଏ ଲକ୍ଷଣ ?

ଚିକିତ୍ସା ବିଜ୍ଞାନ ଅନୁସାରେ, ଉକ୍ତ ରୋଗ ମଧ୍ୟ ବଂଶାନୁକ୍ରମିକ ହୋଇଥାଏ । ନିଜ ପରିବାରର ବାପା, ମା, ଭାଇ କିମ୍ବା କେହି ରକ୍ତଗତ ସମ୍ପର୍କ, କାହାର ବି ଏହି ରୋଗ ଥିଲେ ତାହା ଆପଣଙ୍କୁ ହେବାର ସମ୍ଭାବନା ଅଧିକ । ଅନ୍ୟ ପଟେ ୪୫ ରୁ ୭୫ ବର୍ଷ ବୟଷ୍କ ଲୋକଙ୍କ ଠାରେ ଏହା ଅଧିକ ଚିହ୍ନଟ ହେଉଛି । ପ୍ରତ୍ୟେକ କର୍କଟ ରୋଗ ୪ଟି ଷ୍ଟେଜରେ ହୋଇଥାଏ । ପ୍ରାଥମିକ ସ୍ତରରେ ଏହି ରୋଗର ଚିକିତ୍ସା କଲେ ଏହା କମ୍ ଖର୍ଚ୍ଚରେ ନିରାକରଣ ହୋଇପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories