www.samajalive.in
Saturday, December 13, 2025
27.1 C
Bhubaneswar

ବିଜିୟୁ ପକ୍ଷରୁ ସସ୍ଥାୟୀ ଭବିଷ୍ୟତ ଗଠନ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ “ସସ୍ଥାୟୀ ଭବିଷ୍ୟତ ସୃଷ୍ଟି : ପ୍ରମୁଖ ସହଭାଗୀଙ୍କ ଭୂମିକା” ବିଷୟ ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍‌ , ଉଦ୍ୟୋଗ ପ୍ରମୁଖ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ବିଶ୍ୱ ସ୍ଥାୟୀତ୍ୱର ସମାଧାନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଆମେରିକା ଇକୋଲୋଜିକାଲ ସୋସାଇଟିର ପ୍ରେସିଡେଣ୍ଟ ପିଟର ଏମ୍‌ ଗ୍ରୋଫମ୍ୟାନ୍‌ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ସସ୍ଥାୟୀ ପାଇଁ ଉଦ୍ଦିଷ୍ଟ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ରୋଙ୍କସ କମ୍ୟୁନିଟି କଲେଜ ପ୍ରେସିଡେଣ୍ଟ ମିଲଟନ ସାଣ୍ଟିଆଗୋ ସ୍ଥାୟୀତ୍ୱ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସହଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । ଆଇଆଇଏମ୍‌ ଅହମଦାବାଦର ପ୍ରଫେସର ନିହାରିକା ଭୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସସ୍ଥାୟୀ ନେତୃତ୍ୱର ଗୁରୁତ୍ୱ ଏବଂ ପ୍ରଭାବଶାଳୀ ସମାଧାନ ସୃଷ୍ଟି ଦିଗରେ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ନିଲ ଫିଲିପ ମୁଖ୍ୟ ବକ୍ତା ଭାବେ ଅଂଶଗ୍ରହଣ କରି ଜଳବାୟୁ ପରିବର୍ତ୍ତନ ଏବଂ ସସ୍ଥାୟୀ ବିଶ୍ୱ ଗଠନ ଉପରେ ଆଲୋଚନା କରିଥିଲେ । ପ୍ରଫେସର ପରିମିତା ସେନ୍‌ ନ୍ୟୁୟର୍କ ସିଟି ୟୁନିଭରସିଟି ଉପରେ ଆଲୋକପାତ କରିଥିଲେ ଯାହାର ୧୩ ଜଣ ପୂର୍ବତନ ଛାତ୍ର ନୋବେଲ ପୁରସ୍କାର ବିଜେତା ଅଟନ୍ତି । ବିଜିୟୁ କୂଳପତି ପ୍ରଫେସର କୁଲଭୂଷଣ ବାଲୁନି ସସ୍ଥାୟୀ ବିଶ୍ୱଗଠନ ପ୍ରତି ଥିବା ୟୁନିଭରସିଟିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଜିୟୁ କୂଳଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ଡଃ ପରମେଶ୍ୱର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମିଳନୀ ସଂଯୋଜକ ଡଃ ଅନୁଭା ରାୟ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ । ଆସୋସିଏଟ୍‌ ପ୍ରଫେସର ଡଃ ଅର୍ଚ୍ଚନା ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories