ପିପିଲି: ପିପିଲି ନିମାପଡା ମୁଖ୍ୟ ରାସ୍ତା ଭାର୍ଗବୀ ବ୍ରିଜ୍ ତଳେ ଅଭାବନୀୟ ଘଟଣା ଘଟିଛି। ଭାର୍ଗବୀ ନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ ଯୁବକ ଜଣଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ବଳଙ୍ଗା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



