www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ପଶି ଆତଙ୍କ ଖେଳାଇଲେ ୬ ଦୁର୍ବୃତ୍ତ, ଭୁଜାଲିରେ ଆକ୍ରମଣ କରି ଲୁଟିନେଲ ଟଙ୍କା ଓ ସୁନା

ସୋର: ସିମୁଳିଆ ଥାନା ବଡ଼ଗଣିଆ ଗାଁରେ ଦୁର୍ବୃତ୍ତ ଗୁଣ୍ଡାରାଜ ଚଳାଇ ଘରେ ପଶି ଆତଙ୍କ କରିଥିଲେ। ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଇଥିବା ସୂଚନା ମିଳିଛି। ବଡ଼ଗଣିଆ ଗାଁଁର ଆନନ୍ଦ ବେହେରାଙ୍କ ଘରୁ ୬ଜଣ ଦୁର୍ବୃତ୍ତ ଲୁଟ କରଥିଲେ। ଲୁଟ ପୂର୍ବରୁ ଦୁର୍ବୃତ୍ତମାନେ ପୁଅ ରତିକାନ୍ତକୁ ଆକ୍ରମଣ କରିଥିଲେ। ସେମାନଙ୍କ ଭୁଜାଲି ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ସେମାନେ ତାଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରିଥିଲେ। ଗୁରୁତର ରତିକାନ୍ତଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories