www.samajalive.in
Monday, December 8, 2025
14.1 C
Bhubaneswar

କଳା ଓ ସଂସ୍କୃତିର ପ୍ରତୀକ କନ୍ଧମାଳ ମହୋତ୍ସବ ଉଦଘାଟିତ

ଫୁଲବାଣୀ,: ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ ଠାରେ କନ୍ଧମାଳ ମହୋତ୍ସବ ଓ ପଲିଶ୍ରୀ ମେଳା ଉଦଘାଟିତ ହୋଇଛି। ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇ ଏହି ମହୋତ୍ସବ କନ୍ଧମାଳ ଜିଲ୍ଲାର କଳା ଓ ଲୋକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ। ଏଥି ସହିତ ଜିଲ୍ଲାର ଲଘୁ ବନଜାତ ପଦାର୍ଥ ଓ ବିଭିନ୍ନ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବାରେ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲାପାଳ ଅମ୍ରିତ ଋତୁରାଜ, ଏସପି ହରିଶ ବି ସି, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ବାଲିଗୁଡା ବନଖଣ୍ଡ ଅଧିକାରୀ  ବିଶ୍ବରାଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ଅପରାହ୍ନରେ ଏକ ମଶାଲ ଶୋଭାଯାତ୍ରା ସହ ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ସହ କରୋନେସନ ପଡ଼ିଆଠାରୁ ବାହାରି ସହର ପରିକ୍ରମା କରି କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ମୂଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ପୌରପରିଷଦ ଅଧ୍ୟକ୍ଷା ପାୟେଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଦିନରେ ଆସାମର ବିହୁ ନୃତ୍ୟ ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ କୋମଳ ଗାନ୍ଧାର, ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଭଳି ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶେଷରେ କଣ୍ଠ ଶିଳ୍ପୀ ଶଶାଙ୍କ ଶେଖର ଏବଂ ସାଥି ପକ୍ଷରୁ ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories