www.samajalive.in
Sunday, December 14, 2025
26.1 C
Bhubaneswar

ଯାଞ୍ଚ ବେଳେ ବିପୁଳ ପରିମାଣର ମଦ ବସ୍ତା ଜବତ

ସିମୁଳିଆ: ସିମୁଳିଆ ପୁଲିସକୁ ବଡ଼ ସଫଳତା ।  ଗୋଡ଼ାଇ ଗୋଡ଼ାଇ ଧରିଲା ବୋଲେରୋ ସହ ଦେଶୀ ମଦ । ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମୂତାବକ ସିମୁଳିଆ ନୂତନ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ପୁଲିସ୍  ପାଟ୍ରୋଲିଂ କରୁଥିଲା। ଏତିକିବେଳେ ସୋର ଆଡୁ  ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋକୁ ପିଛା କରି ଜାମୁଝାଡ଼ି ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ ।ଯାଞ୍ଚ ସମୟରେ ଗାଡିରୁ ୧୦ ବସ୍ତା ଭର୍ତ୍ତି ଦେଶୀ ମଦ ଜବଦ କରିଥିଲେ। ଯାହା ୫୦୦ ଲିଟରରୁ ଅଧିକ ହେବା ନେଇ ସୂଚନା ମିଳିଛି। ଏଥିରେ ସମ୍ପୃକ୍ତ ଥିବା  ମୟୁରଭଞ୍ଜ ଜିଲ୍ଲା ଶରତ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଦେଶୀ ମଦ ମୟୁରଭଞ୍ଜ ଜିଲ୍ଲାରୁ ମାର୍କୋଣା ଆଡ଼କୁ ଆସୁଥିବା ନେଇ ଆଇଆଇସି ସୂଚନା ଦେଇଛନ୍ତି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories