www.samajalive.in
Monday, December 15, 2025
14.1 C
Bhubaneswar

ହରଡଘଣାରେ ତପି ମିଶ୍ର, କୋର୍ଟଙ୍କ ଦ୍ବାରସ୍ଥ ହେଲେ ବନସ୍ମିତା

ଭୁବନେଶ୍ବର : ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ହରଡଘଣାରେ ଫସିଛନ୍ତି । ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ଦ୍ୱାରସ୍ଥ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲେଖିକା ବନସ୍ମିତା ଓ ତାଙ୍କ ଓକିଲ ଆୟୁସ୍ କୁଲରାଜ୍ ଗଣମାଧ୍ୟମକୁ ଏ ବିଷୟରେ ଜଣାଇଛନ୍ତି। ଅରିନ୍ଦମ ରାୟଙ୍କ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡ଼ିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଙ୍କ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣ ମାଧ୍ୟମକୁ ଜଣାଇଛନ୍ତି। ବରିଷ୍ଠ ଲେଖକ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଦେବ ଦାସ ଛୋଟରାୟ ଏହି ସମ୍ମିଳନୀରେ ଉପସ୍ଥିତ ରହି ସାହିତ୍ୟ ଚୋରି ଭଳି ଜଘନ୍ୟ ଅପରାଧକୁ ତୀବ୍ର ନିନ୍ଦା କରିଛନ୍ତି।

କହିରଖୁଛୁ ୨୦୨୩ ମସିହା ଅକ୍ଟୋବରରେ ପ୍ରକାଶିତ ହୋଇଥିବା ପୁସ୍ତକ ଅଗ୍ନିପରୀକ୍ଷାରେ ସଂସ୍କୃତ ଶିବତାଣ୍ଡବର ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଥିଲା। ଲେଖିକା ବନସ୍ମିତାଙ୍କ ଅନୁସୃଜନର ପ୍ରକାଶନ ରାଇଟ୍ସ ବିକେ ପବ୍ଲିକେସନ ପାଖରେ ଅଛି ଆଉ ଭିଜୁଆଲ ରାଇଟ୍ସ ରତ୍ନା ଫିଲ୍ମ୍ସ ପାଖରେ ଅଛି। ତେବେ ତପି ମିଶ୍ରଙ୍କୁ ପ୍ରଥମେ ଅଭିନେତା ଭାବରେ ନେବାକୁ କଥାବାର୍ତ୍ତା ଚାଲିଥିଲା କିନ୍ତୁ ଧାର୍ମିକ ବିବାଦରେ ଫସିବା ପରେ ତାଙ୍କୁ ସେ ପ୍ରୋଜେକ୍ଟରୁ ବାହାର କରି ଦିଆ ଯାଇଥିଲା । କିନ୍ତୁ ତପି ମିଶ୍ର ଲେଖିକାଙ୍କ  ପାଖରୁ ଏନଓସି ନ ନେଇ ଗୀତର ଲେଖକ ନିଜକୁ କହି ନିଜ ନାଁରେ ରିଲିଜ କରିଥିଲେ । ଏହାକୁ ନେଇ ବିଶିଷ୍ଠ ଲେଖକ ଦେବଦାସ ଛୋଟରାୟଙ୍କ ସମେତ ଅନେକ ବରିଷ୍ଠ ଲେଖକ ମାନେ ଲେଖିକା ବନସ୍ମିତାଙ୍କ ସପକ୍ଷରେ ସାମ୍ନାକୁ ଆସି ତପି ମିଶ୍ରଙ୍କୁ ସମାଲୋଚନା କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories