www.samajalive.in
Sunday, December 14, 2025
26.1 C
Bhubaneswar

ମହାକୁମ୍ଭ ରୂପରେ ପୁରା ଦୁନିଆ ଦର୍ଶନ କଲା ଭାରତ : ମୋଦୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି। ପ୍ରଥମେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା। ମହାକୁମ୍ଭ ରୂପରେ ପୁରା ଦୁନିଆ ଭାରତ ଦର୍ଶନ କଲା। ସବ୍ କା ପ୍ରୟାସ ର ଏହା ସାର୍ଥକ ରୂପ । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜାଗ୍ରତ ହୋଇଛି। ମହାକୁମ୍ଭରୁ ଅନେକ ଅମୃତ ବାହାରିଛି, ସେଥିମଧ୍ୟରୁ ଏକତା ଅନ୍ୟତମ। ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଲା। ଅହଂ ତ୍ୟାଗ କରି ମୁଁ ନୁହେଁ , ଆମେ ଭାବନାରେ ଏକାଠି ହେଲେ। ସଙ୍ଗମ ତୁଠରେ ବୁଡ ପକାଇବା ଏକ୍‌ ଭାରତ, ଶ୍ରେଷ୍ଠ ଭାରତର ଝଲକ୍। ଅନେକତାରେ ଏକତା ଭାରତର ବିଶେଷତ୍ଵ , ଯାହାକୁ ମୁଁ ମହାକୁମ୍ଭରେ ଅନୁଭବ କଲି। ମହାକୁମ୍ଭରୁ ପ୍ରେରଣା ନେଇ ନଦୀ ଉତ୍ସବ ପରମ୍ପରାକୁ ଆଗକୁ ନେବା। ଏହାଦ୍ଵାରା ଯୁବପିଢି ଜଳର ମହତ୍ଵ ବୁଝିବେ , ନଦୀର ରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories