ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ଵରରେ ପହଞ୍ଚିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର.. ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ଵର ଆସିଲା.. ବିମାନବନ୍ଦରରେ ଗାର୍ଡ଼ ଅଫ୍‌ ଅନର ପ୍ରଦାନ..

ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବ୍ୟାଙ୍କ.. ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଧର୍ମଘଟ ଡାକରା..

ଘର ନିକଟକୁ ବନାଗ୍ନି ମାଡି ଆସୁଥିବାବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ.. କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଦୁଃଖଦ ଘଟଣା..

ଭାରତରେ ଆମେରିକା ଗୁଇନ୍ଦା ମୁଖ୍ୟ ତୁଳସୀ ଗବ୍ବାର୍ଡ.. ଆମେରିକା ମାଟିରେ ଭାରତ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀଙ୍କୁ ଦମନ କରିବାକୁ ଦାବି କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ..

ଭିଜିଲାନ୍ସ ପଞ୍ଝାରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ.. କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି.. ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ..

Comments are closed.