www.samajalive.in
Monday, December 15, 2025
27.1 C
Bhubaneswar

ବ୍ୟାପୁଛି ବନାଗ୍ନି, ଦର୍ଶକ ସାଜିଛି ବନ ବିଭାଗ

କଲମପୁର : କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଥୁଆମୁଳ ରାମପୁର ଦକ୍ଷିଣ ବନାଂଚଳ ଅଧିନସ୍ଥ ସିଙ୍ଗାରୀ ଏବଂ ଦେବଗିରୀ ପ୍ରମୁଖ ସଂରକ୍ଷିତ ଜଙ୍ଗଲ । ଏହି ସଂରକ୍ଷିତ ଜଙ୍ଗଲ ପାଇଁ ଥୁଆମୁଳ ରାମପୁର ଠାରେ ସ୍ଥାପିତ ହେଇଛି ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ । କିନ୍ତୁ ପରିତାପର ବିଷୟ ବନ ବିଭାଗ ଏହି ଜଙ୍ଗଲ ସୁରକ୍ଷା କରିବାରେ ବିଫଳ ହେଉଛି । ଆମ ଜଙ୍ଗଲ ଯୋଜନା ଭଳି ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସିନା ଜଙ୍ଗଲ ସୁରକ୍ଷିତ ରହି ପାରୁ ନାହିଁ । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଇଚାଲିଛି । କାଠ ମାଫିଆଙ୍କ ରାଜ ଯୋଗୁଁ ନଷ୍ଟ ହେଇ ସାରିଲାଣି ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ ସମେତ ରିଡା, ବାହାଡା ଅଁଳା ଭଳି ଔଷଧିୟ ବୃକ୍ଷ । ଦିନେ ଯେଊଁଠଇ ବାଘ, ଭାଲୁ ଏବଂ ହାତୀ ଭଳି ଜଙ୍ଗଲି ଜନ୍ତୁଙ୍କର ରାଜ ଥିଲା ଏବେ ସେଠାରେ ବିଲୁଆ, କୋକିଶିଆଳ ଅଥବା ହେଟା ବାଘ ମଧ୍ୟ ନିଖୋଜ ହେଇ ଗଲେଣି । ବହୁ ଲୋକ ଏବେ ପୋଡୁ ·ଷ ପାଇଁ ଜଙ୍ଗଲ ଜମି ଅକ୍ତିଆର କରିଚାଲିଛନ୍ତି, ଯାହାକୁ ଦେଖି ବନ ବିଭାଗ ନଦେଖିବା ଭଳି ନିରବ ରହିଯାଉଛି । ବର୍ତମାନ ଗ୍ରୀଷ୍ଣ ତାପ ୩୯ ଡିଗ୍ରୀରେ ପହଂଚି ସାରିଛି । ଏହାସହ ଜଙ୍ଗଲ ପୋଡି ମଧ୍ୟ ବୃଦ୍ଧି ପାଉଛି । ବନ ବିଭାଗ ଜଙ୍ଗଲ ନିଆଁକୁ ଆୟତ କରିବାରେ ବିଫଳ ହେଉଛି । ଗତ ୧୫ ଦିନ ହେବ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅ‌ଧିନସ୍ଥ ବିଭିନ୍ନ ପାହାଡରେ ନିଆଁର ପ୍ରକୋପ ବୃଦ୍ଧି ପାଇ ହେକ୍ଟର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ସାରିଛି । ସେହିଭଳି ଦେବଗିରୀ ଜଙ୍ଗଲ ଅଂଚଳରେ ମଧ୍ୟ ନିଆଁକୁ ଆୟତ କରାଯାଇ ପାରୁ ନାହିଁ । ବନବିଭାଗ ଧର୍ମକୁ ଆଖିଠାର ଭଳି ସ୍ୱଳ୍ପ ସଂଖ୍ୟକ ନିଆଁ ଲିଭାଳିଙ୍କୁ ନିୟୋଜିତ କରିଛନ୍ତି । ମାତ୍ର ୪ଜଣ ନିଆଁ ଲିଭାଳି ଦଳ ହେକ୍ଟର ହେକ୍ଟର ଜଙ୍ଗଲର ନିଆଁକୁ ଆୟତ କରିବା ସମ୍ଭବ ହେଉ ନାହିଁ ।

ଅନ୍ୟପଟେ ଥୁଆମୁଳ ରାମପୁର ଠାରୁ ଦାସିଗାଁ ବାର୍ଷିକୋନା ଏବଂ ବନ୍ଧକନା ଚୁରାଗାଁ ପର୍ଯ୍ୟନ୍ତ ଏହି ଜଙ୍ଗଲର ପରିସୀମା ଗୋଟିଏ ସ୍ଥଆନର ନିଆଂକୁ ଲିଭାଇବା ବେଳକୁ ଅନ୍ୟ ସ୍ଥାନରେ ଲାଗିଯାଉଛି ନିଆଁ । ନିଆଁ ଲିଭାଳିଙ୍କ ଯାତାୟତତ ପାଇଁ ନାହିଁ ଯାନ ବାହନ ବ୍ୟବସ୍ତା । ଗୋଟିଏ ଜଙ୍ଗଲରୁ ନିଆଁ ଲିଭାଇ ଫେରିବା ପରେ ଅନ୍ୟ ୧୦ କିଲୋମିଟର ଦୂର ଜଙ୍ଗଲକୁ ଯାଇ ନିଆଁକୁ ଲିଭାଇବା ସମ୍ଭବ ହେଉ ନାହିଁ ।  ଜଙ୍ଗଲରେ ନିଆଁ ଲାଗୁଥିବାରୁ ଅନେକ ସମୟରେ କିଛି ଜଙ୍ଗଲି ଜନ୍ତୁ ପାଣି ଏବଂ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜନ ବସତି ମୁହାଁ ହେଇ ଶିକାରୀର ଶିକାର ହେଉଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଗାଁରେ ଗଠିତ ବନ ସୁରକ୍ଷା ସମିତି କେବଳ ସାଇନ ବୋର୍ଡରେ ସୀମିତ ରହିଯାଉଛି । ଲୋକଙ୍କୁ ସଠିକ ସଚେତନ କରିବାରେ ବନ ବିଭାଗ ବିଫଳ ହେଇଛି । ଜଙ୍ଗଲ ସମ୍ପଦ ନଷ୍ଟ ହେବା ଯୋଗୁଁ ଆଗାମୀ ଦିନରେ ପରିବେଶ ପ୍ରଭାବିତ ହେବ । ବିଗତ ୧୦ ବର୍ଷ ପୂର୍ବରୁ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଂଚଳରେ ଯେଉଁ ବର୍ଷା ପରିମାଣ ଥିଲା । ତାହା ପ୍ରାୟ ୬୦ ପ୍ରତିଶତ କମି ସାରିଲାଣି । ଏମିତି ଜଙ୍ଗଲ ନଷ୍ଟ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବର୍ଷା ପରିମାଣ କମିଯିବାର ଆଶଙ୍କା କରୁଛନ୍ତି ପରିବେଶବିତମାନେ । ଏହାସହ ପ୍ରଭାବିତ ହେବ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ । ତେଣୁ ବେଳ ଥାଉ ଥାଉ ବନ୍ଧ ନବାନ୍ଧିଲେ ପରିସ୍ଥିତି ଭୟାଭୟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଖୋଦ ସିଙ୍ଗାରୀ ଘାଟି ରାସ୍ତାକଡରେ ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗର ଏଥିପ୍ରତି ନଜର ନପଡିବା ପରିତାପର ବିଷୟ । ତେଣୁ ତୁରନ୍ତ ଜିଲ୍ଲା ଦକ୍ଷିଣ ବନ ଖଣ୍ଡ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବା ନେଇ ସାଧାରଣରେ ଦାବି ହେଉଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories