www.samajalive.in
Saturday, December 13, 2025
26.1 C
Bhubaneswar

ସାତଜନ୍ମର ସାଥୀ ହେଲେ ଚିକୁ – ମୋନାଲିସା

ଭୁବନେଶ୍ୱର : ଚାଲିଛି ବିବାହ ଋତୁ। ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି, ରାଜନେତା ଓ ଅଭିନେତା। ଜଣଙ୍କ ପରେ ଜଣେ ଏ ଦୌଡ଼ରେ ସାମିଲ ହେଉଛନ୍ତି। କିଛିଦିନ ପୂର୍ବେ ଓଲିଉଡର ଭାଇଜାନ୍‌ ଅନୁଭବ, ଜାଗୃତିଙ୍କୁ ବିବାହ କରିଥିବା ବେଳେ ଅଭିନେତା ଚିକୁ ସାମଲ, ମୋନାଲିସାଙ୍କ ହାତ ଧରିଛନ୍ତି। ସରିଛି ବିବାହ, ପଡିଛି ହାତ ଗଣ୍ଠି। ଉଭୟ ସାତ ଜନମର ସାଥି ହେବା ପାଇଁ କଥା ଦେଇଛନ୍ତି। ନିଜର ସ୍ୱପ୍ନର ମଣିଷକୁ ପାଇ ଖୁସି ଅଛନ୍ତି ଅଭିନେତ୍ରୀ ମୋନାଲିସା।
କିଛି ଦିନ ପୂର୍ବେ ଉଭୟଙ୍କ ର୍ନିବନ୍ଧ ହୋଇଥିଲା। ଏହି ଅବସରରେ ଓଡ଼ିଆ ସିରିଏଲ ଓ ସିନେଜଗତ ସହ ଜଡିତ ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ଉତ୍ସବରେ ନିଜକୁ ସାମିଲ କରିଥିଲେ। ଅଭିନେତା ଚିକୁ ଓ ମୋନାଲିସା ଅନେକ ଟିଭି ସିରିଏଲରେ କାମ କରିଛନ୍ତି।

ଏଥର ହୋଲିରେ ୨୪ କ୍ୟାରେଟ୍‌ ସୁନାର ଗୂଜିଆ, ଜାଣନ୍ତୁ ଦାମ୍‌ କେତେ?

- Advertisement -

ବିବାହ ପୂର୍ବରୁ ଉଭୟେ ଯାତ୍ରାରେ ଅଭିନୟ ଜାରି ରଖିଥିଲେ। ଉଭୟ ରଙ୍ଗ ତରଙ୍ଗ ଓ ପରେ ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଥିଲେ। ବିବାହ ହେତୁ ଉଭୟେ ଏବେ ଯାତ୍ରା ଅଭିନୟ ଛାଡିଛନ୍ତି। ଅଭିନେତା ଚିକୁ ସାମଲ ଏବେ” ତୁ ଖରା ମୁଁ ଛାଇ ” ମେଗା ସିରିଏଲରେ ଅଭିନୟ ଜାରି ରଖିଛନ୍ତି। ମୋନାଲିସା ମାନିନୀ, ଆଶା, ନୂଆବୋହୂ, ତ୍ରିଲୋଚନୀ ଗୌରୀ ଭଳି ମେଗା ସିରିଏଲରେ ଅଭିନୟ କରି ନିଜ ଅଭିନୟର ପରାକାଷ୍ଠା ଦେଖେଇଥିବା ବେଳେ ଅଭିନେତା ଚିକୁ ଝିଅ ଆମର ନୂଆ ବୋହୂ, କେଦାର ଗୌରୀ, ସିନ୍ଦୁର ବିନ୍ଦୁ ଓ ଏବେ” ତୁ ଖରା ମୁଁ ଛାଇ “ରେ ଅଭିନୟ କରି ଦର୍ଶକଙ୍କ ଭଲ ପାଇବା ସାଉଁଟିଛନ୍ତି। ଚିକୁ ଯାତ୍ରା ରେ ମଧ୍ୟ ନିଜ ଅଭିନୟ ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି।

୧୫ ମାର୍ଚ୍ଚରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌..

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories