www.samajalive.in
Sunday, December 7, 2025
26.1 C
Bhubaneswar

ହଷ୍ଟେଲ ଭିଡିଓ ଭାଇରାଲ ଘଟଣା, ଛାତ୍ରମାନଙ୍କ ସହ ଆଲୋଚନା କଲେ ବିଜେଡି ଓ ବିଏସପି ନେତା

ଗୁଣପୁର: ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ଭାଇରଲ୍ ହେବାପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି। ସହକାରୀ ପରିଚାଳିକା ରଶ୍ମିତା ସାହୁ ନିଲମ୍ବନ କରାଯିବା ସହ ୩ ଜଣ ରୋଷେୟା ତଥା ଜଗୁଆଳିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଆକ୍ରମଣ କରିଥିବା ୯ ଜଣ ଛାତ୍ର ମାନଙ୍କ ନାମରେ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା ମଙ୍ଗଳବିଭାଗ। ଆଜି ଅନ୍ବେଷା ହଷ୍ଟେଲ ପରିଦର୍ଶନ କରିଛନ୍ତି ବିଜେଡି ଓ ବିଏସ୍ପି ନେତା। ଛାତ୍ର ମାନଙ୍କ ସହ ଆଲୋଚନା କରିଛନ୍ତି ଏହା ଶୃଙ୍ଖଳିତ ଭାବରେ ରହି ଶିକ୍ଷା ଅର୍ଜନ କରିବା ପାଇଁ ବୁଝାଇବା ସହ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ଅସୋନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡିର ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ହଷ୍ଟେଲରେ ସିସି କ୍ୟାମେରା, ସ୍ଥାୟୀ ପରିଚାଳକ ରଖିବା, ପିଲାଙ୍କ ସୁରକ୍ଷା କୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ପୁର୍ବ ସରକାର କରିଥିବା ଭଲ ଯୋଜନା ଗୁଡିକୁ ବର୍ତମାନ ସଠିକ୍ ଦାୟିତ୍ବ ନିଆଯାଇପାରୁନି ଯାହାଦ୍ବାରା ଏଭଳି ହଷ୍ଟେଲ୍ ଗୁଡିକରେ ଅବ୍ୟବସ୍ଥା ହୋଇଥିବା କହିଛନ୍ତି। ବର୍ତ୍ତମାନର ରଙ୍ଗଦେବା ସରକାର ବୋଲି ତାତ୍ସଲ୍ୟ କରିଛନ୍ତି। ପ୍ରଶାସନ ତରବରିଆ ତଦନ୍ତ କରି ସଠିକ୍ କାର୍ଯ୍ୟାନୁଷ୍ଟାନ ନେଇନଥିବା କହିଛନ୍ତି। ଗାଇଡଲାଇନ ବାହାରେ ମହିଳା ସହକାରି ପରିଚାଳକ ଓ ଅନ୍ୟମାନଙ୍କୁ କିଭଳି ନିଯୁକ୍ତି ଦିଆଯାଇଥିଲା। ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଏହାର କାର୍ଯ୍ୟ ଭାର ନେବାର ନିୟମ ରହିଛି। ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଦାୟିତ୍ବରେ ଥିଲେ ମଧ୍ୟ ତାଙ୍କ ଉପରେ କାହଁକି ଘଣ୍ଟ ଘଡାଉଛି ଜିଲ୍ଲା ପ୍ରଶାସନ। ତଦନ୍ତ ଦିଗକୁ ନେଇ କାର୍ଯ୍ୟାନୁଷ୍ଟାନ ର ସ୍ବଛତା ପାଇ ଦାବି କରିଛନ୍ତି ବିଜେଡି ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ। ଅପରପକ୍ଷେ ବିଏସପି ନେତା ଜିତୁ ଜାକାସିକା ପିଲାଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲରେ ମଙ୍ଗଳବିଭାଗ କର୍ମଚାରୀ ମାନେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ଏହାର ସଠିକ୍ ତଦନ୍ତ କରାଯାଉ ନଚେତ୍ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲାଇ ବିରୋଧ କରିବା ପାଇ ଚେତାବନୀ ଦେଇଛନ୍ତି ବିଜେଡି ଓ ବିଏସ୍ପି ନେତା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories