ରାଜଗାଙ୍ଗପୁରରେ ରାମ ନବମୀ ପ୍ରସ୍ତୁତିର ସମୀକ୍ଷା କଲେ ପୁଲିସ ଡିଜି

ରାଜଗାଙ୍ଗପୁର: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆ ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନାକୁ ଗସ୍ତ କରିଛନ୍ତି। ଆଗାମୀ ୬ ତାରିଖରେ ରାଜଗାଙ୍ଗପୁରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ରାମ ନବମୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଡିଜିପି ଏହି ଗସ୍ତ କରିଚନ୍ତି। ଜିଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିପି ରାମ ନବମୀ ଶୋଭାଯାତ୍ରା ପାଇଁ ପୁଲିସ କିପରି ପ୍ରସ୍ତୁତି ଚଳାଇଛି ସେ ଦିଗରେ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହ ସୁନ୍ଦରଗଡ଼ ଜିଲାର ସମସ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସେ ରାଜଗାଙ୍ଗପୁର ସହରରେ ପୁଲିସ ପକ୍ଷରୁ ରାମନବମୀ ପାଇଁ କିପରି ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରିବାକୁ ଆସିଥିଲେ ବୋଲି ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ।
Comments are closed.