www.samajalive.in
Sunday, December 7, 2025
23.1 C
Bhubaneswar

ଆପଣଙ୍କୁ ଫଳ ଖାଇବା ପସନ୍ଦ କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କ ପାଇଁ ଆବଶ୍ୟକ ଅଟେ। ଫଳ ଖାଇବା ଦ୍ୱାରା ଶରୀରର ସୁସ୍ଥ ରହିବା ସହ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ। ଫଳରେ ବହୁ ଭିଟାମିନ, ଖଣିଜ , ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ମାତ୍ର ଫଳ ଖାଇବାର ସଠିକ ସମୟ ବିଷୟରେ ଜାଣିବା ସହ ଏହାକୁ ଖାଇବା ପରେ କେଉଁ ଖାଦ୍ୟଦ୍ରବ୍ୟ ଖାଇବା ଅନୁଚିତ ସେ ବିଷୟରେ ମଧ୍ୟ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ ତାହା କ’ଣ….
ଆପଣ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ସଙ୍ଗେସଙ୍ଗେ ଫଳ ଖାଆନ୍ତୁ ନାହିଁ। ସକାଳ ସମୟରେ ଜଳଖିଆ ଖାଇବା ସମୟରେ ଫଳ ଖାଇ ପାରିବେ।
ଫଳରେ ବହୁ କ୍ୟାଲୋରୀ ରହିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଖାଦ୍ୟ ଖାଇବା ପରେ ଫଳ ଖାଇଲେ ଗ୍ୟାସ, ଏସିଡ଼ିଟି, କୋଷ୍ଠକାଠିନ୍ୟ, ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଛଡ଼ା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିଥାଏ। ଯାଦ୍ୱାରା ଫଳ ସ୍ୱାସ୍ଥ୍ୟର ହିତ କରିବା ପରିବର୍ତ୍ତେ କ୍ଷତି କରିଥାଏ।
ଫଳ ସହ କ୍ଷୀର କିମ୍ବା ଦହିର ସେବନ କରନ୍ତୁ ନାହିଁ। ଫଳ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।
ସକାଳ ସମୟରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଖାଲି ପେଟରେ ସକାଳେ ଫଳ ଖାଇଲେ ଏହା ଶରୀର ସୁସ୍ଥ ରହିବା ସହ ବହୁ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ମାତ୍ର ଖଟା ଜାତୀୟ ଫଳକୁ ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଦ୍ୱାରା ଏସିଡ଼ିଟି ହୋଇଥାଏ। ସେଓ, କଦଳୀ ଆଦି ଫଳ ଖାଲି ପେଟରେ ଖାଇପାରିବେ।
ତରଭୂଜ ଖାଇବାର ୧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଥାଏ।
ଋତୁ ଅନୁସାରେ ଫଳ ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories