www.samajalive.in
Sunday, December 14, 2025
19.1 C
Bhubaneswar

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ତେଜ ପ୍ରତାପଙ୍କୁ ଜାମିନ, ହେମା ଯାଦବ ବି ଆଶ୍ଵସ୍ତ

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବ୍ୟତୀତ ହେମା ଯାଦବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ମୁଚାଲିକା ଏବଂ ସମାନ ପରିମାଣର ଏକ ସିକ୍ୟୁରିଟି ବଣ୍ଡ ସହ ଅଦାଲତ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲା ମଧ୍ୟପ୍ରଦେଶର ଜବଲପୁରରସ୍ଥିତ ଭାରତୀୟ ରେଲଓ୍ବେର ପଶ୍ଚିମ ସେଣ୍ଟ୍ରାଲ୍ ଡିଭିଜନରେ ହୋଇଥିବା ଗ୍ରୁପ୍ ‘ଡି’ ନିଯୁକ୍ତି ସହ ସମ୍ବନ୍ଧୀୟ। ସୂଚନା ଅନୁସାରେ, କେନ୍ଦ୍ର ରେଳମନ୍ତ୍ରୀ ଭାବରେ ଲାଲୁଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୦୪ରୁ ୨୦୦୯ ମଧ୍ୟରେ ଆରଜେଡି ସୁପ୍ରିମୋଙ୍କ ପରିବାର କିମ୍ବା ସହଯୋଗୀଙ୍କୁ ଉପହାର ସ୍ୱରୂପ କିମ୍ବା ତାଙ୍କ ନାମରେ ଭୂମି ହସ୍ତାନ୍ତର କରିବା ପରେ ଏହି ନିଯୁକ୍ତି ଦିଆଯାଇଥିଲା। ଲାଲୁ ପ୍ରସାଦ, ତାଙ୍କ ପତ୍ନୀ, ଦୁଇ ଝିଅ, ଅଜଣା ସରକାରୀ ଅଧିକାରୀ ଏବଂ ଘନିଷ୍ଠ ଲୋକଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ ୨୦୨୨ ମସିହା ମେ’ ୧୮ରେ ଏକ ମାମଲା ରୁଜୁ ହୋଇଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories