ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ବିଶେଷ କରି ପୋଷା ବିଲେଇ, କୁୁକୁର ସହ ସାପ ଲଢେଇର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ କୁକୁରର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଭିଡିଓକୁ ଦେଖିଲେ ଭୟଭୀତ ମଧ୍ୟ ଲାଗିବ । ଏହି ଭିଡିଓରେ କୁକୁର ଓ ନାଗସାପର ଭୟଙ୍କର ଲଢେଇର ଦୃଶ୍ୟ ଦେଖିପାରିବେ । ଭିଡିଓରେ ଘଟଣାଟି ଦେଖିଲେ ଏହା ଏକ ବଗିଚାର ବୋଲି ଜଣାପଡୁଛି । ଏଠାରେ ଏକ କୁକୁର ବିନା କୌଣସି ଭୟରେ ନାଗସାପ ଉପରେ ଆକ୍ରମଣ କରୁଛି । ଏହାସହ ମାତ୍ର କିଛି ସମୟରେ ହିଁ ସାପକୁ ଖଣ୍ଡ ଖଣ୍ଡ କରି ଦେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।
ରଟ୍ୱିଲର୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ଆକ୍ରମଣକାରୀ କୁକୁରମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସେହିପରି ନାଗ ମଧ୍ୟ ବିଷାକ୍ତ ସାପ ମଧ୍ୟରୁ ଗୋଟିଏ । ବଗିଚାରେ ସାପକୁ ଦେଖିବା ମାତ୍ରେ କୁକୁରଟି ତୁରନ୍ତ ଆକ୍ରମଣ କରୁଛି । ସାପଟି ମଧ୍ୟ ଆକ୍ରମଣ କରୁଛି । ମାତ୍ର କିଛି ସମୟରେ ହିଁ ସାପକୁ କୁକୁର ଖଣ୍ଡ ଖଣ୍ଡ କରି ଦେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଦେଖନ୍ତୁ ଭିଡିଓ; ମହିଳା ନିଜେ ଉଠାଇଲେ ରେଲୱେ ଫାଟକ, ତା’ପରେ ହେଲା ଏମିତି..



