www.samajalive.in
Saturday, December 13, 2025
27.1 C
Bhubaneswar

ଲୁହାପଥର ପରିବହନକୁ ନେଇ ଅବ୍ୟବସ୍ଥା, ପ୍ରତିବାଦରେ ଟ୍ରକ ମାଲିକଙ୍କ ଆନ୍ଦୋଳନ 

ପାଟଣା : କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କିଛି ଦିନ ଧରି ବନ୍ଦ ରହିବା ପରେ ଓ ଏମସି ଗନ୍ଧମାର୍ଦନରୁ ଲୁହା ପଥର ପରିବହନ ଆରମ୍ଭ କରିଛି । କେବଳ କେନ୍ଦୁଝର ଆଖପାଖ ଅଞ୍ଚଳ ବା ବଫର୍ସ ଜୋନ କୁହାଯାଉଥିବା ଗାଡ଼ି ମାଲିକମାନଙ୍କୁ ଟୋକନ ଦିଆଯାଉଥିବାରୁ ଅନ୍ୟ ଅଞ୍ଚଳ ଗାଡ଼ି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, କେନ୍ଦେଇପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଜୋନର ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ନିକଟରେ ଟ୍ରକ ଅଟକାଇ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁସାରେ କିଛି ଟ୍ରକ ମାଲିକମାନେ କେନ୍ଦୁଝର ଟ୍ରକ ମାଲିକ ସଂଘକୁ କିଛି ଦିନ ଧରି ବନ୍ଦ କରି ରଖିଥିବା ଯୋଗୁଁ ଟୋକନ ବାହାରି ପାରୁନାହିଁ। ଫଳରେ ଲୁହା ପଥର ପରିବହନ ହୋଇ ନପାରି ଟ୍ରକ ଗୁଡିକ ଛିଡା ହୋଇ ରହିଛି। ଏଥି ସହ ଟ୍ରକ ମାଲିକ ସଂଘ ବନ୍ଦ ଥିବା ସତ୍ତ୍ୱେ କେନ୍ଦୁଝର ଅଞ୍ଚଳର କିଛି ମାଲିକଙ୍କ ଗାଡି ଓ ଏମସିରୁ ଲୁହାପଥର ଲୋଡ଼ କରି ପରିବହନ କରୁଥିବାରୁ ଉକ୍ତ ଗାଡି ଗୁଡିକୁ ହାତୀବାରି ଠାରେ ଅଟକ ରଖିଛନ୍ତି। ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ବନ୍ଦ ଥିବାବେଳେ କିଭଳି ଲୁହାପଥର ପରିବହନ ପାଇଁ ଟୋକନ ମିଳୁଛି ତାହାର ତଦନ୍ତ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସ୍ ଙ୍କ ନିକଟରେ ଟ୍ରକ ମାଲିକମାନେ ଦାବି କରି ଆନ୍ଦୋଳନରେ ବସିଛନ୍ତି। ଶାନ୍ତି ଶୃଂଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ପୁଲିସ ଫୋର୍ସଙ୍କ ସହ ତୁରୁମୁଙ୍ଗା ପୁଲିସ ମଧ୍ୟ ମୁତୟନ ଥିବା ଦେଖିବାକୁ ମିଳିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories