www.samajalive.in
Saturday, December 6, 2025
14.1 C
Bhubaneswar

୧୨ ପରେ ୪୦ ଡିଗ୍ରୀ ଟପିବ ପାରଦ !

ଭୁବନେଶ୍ବର : ରାଜ୍ୟରେ ବଢୁଛି ଦିନ ତାପମାତ୍ରା। କେଉଁଠି ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରହୁଛି ତ ଆଉ କେଉଁଠି ୩୮ ଡିଗ୍ରୀ, କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ମାଡ଼ି ଆସୁଛି ଗ୍ରୀଷ୍ମପ୍ରବାହ। ଡହଡହ ଖରାରେ ସିଝିବ ଓଡ଼ିଶା। ଉତ୍ତର, ପଶ୍ଚିମ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ତତଲା କଡ଼େଇରେ ଆଉଟୁପାଉଟୁ ହେବ। ମାର୍ଚ୍ଚ ୧୨ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିବ। ୧୩ ତାରିଖରେ କିଛି ଜିଲାରେ ପାରଦ ୪୨ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ମାର୍ଚ୍ଚ ୧୨ରୁ ୧୬ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ପ୍ରବଳ ଗୁଳୁଗୁଳି ହୋଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗିର ଜିଲାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରବିବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮.୫ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୩୮ଡିଗ୍ରୀ ରହିଛି। ଉଭୟ ସହରରେ ପ୍ରବଳ ତାତି ଅନୁଭୂତ ହୋଇଛି। ନବରଙ୍ଗପୁରରେ ଦିନ ତାପମାତ୍ରା ୩୬ ଡିଗ୍ରୀ ଥିବାବେଳେ ସୁବର୍ଣ୍ଣପୁର ୩୭.୨, ମାଲକାନଗିରି ୩୬.୫, ବଲାଙ୍ଗିର ୩୭.୪, ଭବାନୀପାଣଟଣା ୩୭, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୩୬.୯, ଝାରସୁଗୁଡ଼ା ୩୭.୪, ଅନୁଗୋଳ ୩୬.୧, ଭୁବନେଶ୍ବର ୩୪ ଏବଂ କଟକରେ ୩୩ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗିର ଜିଲାର କିଛି ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରା ପୁରୀରେ ୨୫.୧ ଡିଗ୍ରୀ ଥିବାବେଳେ ପାରାଦ୍ବୀପରେ ୨୫.୧ ଡିଗ୍ରୀ ରହିଛି। କେତେକ ଜିଲାରେ ରାତି ତାପମାତ୍ରା ୨୨ଡିଗ୍ରୀ ଛୁଇଁଥିବା ବେଳେ ପ୍ରାୟ ଅଞ୍ଚଳରେ ୧୮ଡିଗ୍ରୀ ଉପରେ ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ।
୧୦ତାରିଖରେ ସମ୍ବଲପୁର, ବୌଦ୍ଧ, ବରଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଏବଂ ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁବା ସମ୍ଭାବନା ଥିବାବେଳେ ୧୧ ଓ ୧୨ ତାରିଖରେ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗିର ଜିଲାର କିଛି ଅଞ୍ଚଳରେ ପାରଦ ୪୧ଡିଗ୍ରୀ ଛୁଇଁପାରେ। ୧୩ରେ ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଟିଟିଲାଗଡ଼ ଏବଂ ନୂଆପଡ଼ା ଜିଲାରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରେ କଟକରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାକୁ ଥିବାବେଳେ ଭୁବନେଶ୍ବରରେ ୩୯ଡିଗ୍ରୀ ମୁହାଁଇବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories