www.samajalive.in
Saturday, December 13, 2025
23.1 C
Bhubaneswar

କଣ୍ଟେନରରୁ ୩୧ ଗାଈଗୋରୁ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଦେଇ ବେଆଇନ ଭାବରେ ଗୋ ଚାଲାଣ କରାଯାଉଥିବା ବେଳେ ଏକ କଣ୍ଟେନରକୁ ବଜରଙ୍ଗ ଓ ବିଜେପି ଦଳର କାର୍ଯ୍ୟକର୍ତ୍ତାମାନେ ଧରିଛନ୍ତି। ଶୁକ୍ରବାର ଲକ୍ଷ୍ମୀ ଡୁଙ୍ଗୁରୀ ଦେଇ ଏକ କଣ୍ଟେନରରେ ବେଆଇନ ଭାବରେ ଗୋ ଚାଲାଣ କରାଯାଉଥିବାର ଖବର ମିଳିବାରୁ ତାକୁ ରେଳ ଧାରଣା ନିକଟରେ ଅଟକା ଯାଇଥିଲା।

ଛତିଶଗଡ଼ ରାଜ୍ୟର ପଞ୍ଜିକୃତ ଉକ୍ତ ଗାଡିକୁ ଚେକିଂ କରିବାରୁ ସେଥିରୁ ୩୧ ଗୋଟି ଗାଈଗୋରୁ ମିଳିଥିଲା। ଏଣୁ ତୁରନ୍ତ ପୁଲିସକୁ ଖବର ଦିଆଯାଇ ଗାଈଗୋରୁ ମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଗାଡିର ଚାଳକ ଓ ଅନ୍ୟ ସହାୟକ ମାନେ ଫେରାର ହୋଇଯାଇଥିଲେ। ଉଦ୍ଧାର କରାଯାଇଥିବା ଗାଈଗୋରୁ ମାନଙ୍କୁ ପୁତାପାଲି ସ୍ଥିତ ଶ୍ରୀକୃଷ୍ଣ ଗୋଶାଳାରେ ନିଆଯାଇ ସୁରକ୍ଷିତ ରଖାଯାଇଛି।

- Advertisement -

ଏ ନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ଗୋ ଚାଲାଣକାରୀ ମାନେ ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ ପଶ୍ଚିମବଙ୍ଗର କୋଲକତାକୁ ଏହି ଗୋ ଚାଲାଣ କରୁଥିବାର ବିଜେପି ଓ ବଜରଙ୍ଗ ଦଳର କର୍ମୀ ମାନେ ଅଭିଯୋଗ କରିଛନ୍ତି।

 

 

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories