www.samajalive.in
Sunday, December 14, 2025
14.1 C
Bhubaneswar

ବାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦାଖଲ ଅଦାଲତ ଅବମାନନା ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଆଇନଜୀବୀ ତଥା ଆଇନଜୀବୀ ପରିଷଦ (ବାର) ଉପରେ ପ୍ରବଳ ବର୍ଷିଛନ୍ତି। ବିଚାରାଧୀନ ଥିବା ଏକ ମାମଲା ସମ୍ବନ୍ଧରେ ବରିଷ୍ଠ ଆଇନଜୀବୀ ସମାଲୋଚନା ପୂର୍ବକ ମନ୍ତବ୍ୟ ଦେବା ନେଇ ବିଚାରପତି ଅରୁଣ ମିଶ୍ର ଏବଂ ନବୀନ ସିହ୍ନାଙ୍କ ପୀଠ ଓକିଲ ତଥା ଓକିଲ ସଙ୍ଘଗୁଡିକୁ ତୀବ୍ର ସମାଲୋଚନା କରିଛନ୍ତି। ପୀଠ କହିଛନ୍ତି, ଦାୟିତ୍ବବୋଧତା ସହ ସ୍ବାଧୀନତା ଅଧିକାରର ଉପଯୋଗ କରିବା ଆବଶ୍ୟକ। ବିଚାରବ୍ୟବସ୍ଥାକୁ ବାହ୍ୟ ସମାଲୋଚକଙ୍କ ଠାରୁ ସୁରକ୍ଷା ଦିଆଯାଏ, ଆଭ୍ୟନ୍ତର ଲୋକଙ୍କ ଠାରୁ ନୁହେଁ। ମାତ୍ର କିଛି ଓକିଲ ସତେ ଯେମିତି ଛୁରୀ ଧରି ବିଚାରବିଭାଗର ହତ୍ୟା କରିବାକୁ ବାହାରିଥିବା ମନେ ହେଉଛି। ଯଦି ଓକିଲମାନେ ଏଭଳି ଆଚରଣ କରିବେ ତା’ହେଲେ ବିଚାରବ୍ୟବସ୍ଥାର ସ୍ବାଧୀନତାକୁ କିଏ ସୁରକ୍ଷା ଦେବ ବୋଲି ପୀଠ ପ୍ରଶ୍ନ ଉଠାଇଛନ୍ତି। ଆବେଦନଗୁଡିକରେ ସମସ୍ତ ପ୍ରକାର ଅଭିଯୋଗ ଦର୍ଶାଯାଉଛି। ବିଚାର ପୂର୍ବରୁ ସେଗୁଡିକୁ ପ୍ରତ୍ୟାହାର କରାଯାଉଛି। ଏହି ଘଟଣାଗୁଡିକୁ ନେଇ ସୃଷ୍ଟ ସାମ୍ପ୍ରତିକ ପରିସ୍ଥିତି ଉପରେ ପୀଠ ଚିନ୍ତା ବ୍ୟକ୍ତ କରିଛନ୍ତି। ଓକିଲମାନଙ୍କ ସୀମା ସ୍ମରଣ କରାଇ ପୀଠ କହିଛନ୍ତି ଏକଦା ଆଇନଜୀବୀମାନେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହୁଥିଲେ। ଏବେ ଓକିଲମାନଙ୍କ ପାଇଁ ଏକ ସୀମା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ଓକିଲମାନେ ଅନ୍ୟମାନଙ୍କ ବିରୋଧରେ ନିଜେ ଦାଖଲ କରିଥିବା ମାମଲାରେ ପକ୍ଷ ଉପସ୍ଥାପନ ବେଳେ କିଭଳି ମନ୍ତବ୍ୟ ଦେଇପାରିବେ ସେ ସମ୍ବନ୍ଧରେ ବିଚାର କରାଯିବା ବୋଲି ପୀଠ ଦର୍ଶାଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories