www.samajalive.in
Sunday, December 14, 2025
23.1 C
Bhubaneswar

ଜିଏସ୍‍ଏଟି-୩୧ ଉପଗ୍ରହର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ : ଭାରତର ନୂତନ ଯୋଗାଯୋଗ ଉପଗ୍ରହ ‘ଜିଏସ୍‍ଏଟି-୩୧’କୁ ବୁଧବାର ଫ୍ରାନ୍ସ ଗୁଏନା ମହାକାଶକେନ୍ଦ୍ରରୁ ଫରାସି ଲଞ୍ଚ ସର୍ଭିସ୍‍ର ଏରିଆନେସ୍ପେସ୍‍ ରକେଟ ଯୋଗେ ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଛି।
ଫ୍ରାନ୍ସର ଦକ୍ଷିଣ ଆମେରିକାସ୍ଥିତ ଦ୍ୱୀପ ଗୁଏନାର କେଉରୋଉ ମହାକାଶକେନ୍ଦ୍ରର ଏରିଅନେ ଲଞ୍ଚ କମ୍ପେ୍ଲକ୍ସରୁ ଦିନ ୨ଟା ୩୧ (ଆଇଏସ୍‍ଟି) ସମୟରେ ଜିଏସ୍‍ଏଟି-୩୧କୁ ମହାକାଶକୁ ପ୍ରେରଣ କରାଯାଇଥିଲା। ଉତକ୍ଷେପଣର ୪୨ ମିନିଟ ପରେ ଉପଗ୍ରହକୁ ଏହାର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି।
ଏହି ଯୋଗାଯୋଗ ଉପଗ୍ରହକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବିକଶିତ କରିଛି। ଇସ୍ରୋ ସତିଶ ଧାୱନ ମହାକାଶ କେନ୍ଦ୍ର (ଏସ୍‍ଡିଏସ୍‍ସି) ନିର୍ଦେଶକ ଏସ୍‍ ପାଣ୍ଡିଆନ ଜିଏସ୍‍ଏଟି-୩୧ ଉପଗ୍ରହ ଉତକ୍ଷେପଣ ସମୟରେ କେଉରୋଉଠାରେ ଉପସ୍ଥିତ ଥିଲେ। ଉପଗ୍ରହକୁ ସଫଳତାର ସହ ଉପସ୍ଥାପନ କରାଯିବା ପରେ ସେ ଏରିଅନେସ୍ପେସ୍‍କୁ ଅଭିନନ୍ଦନ ଜଣାଇଛନ୍ତି। ୨,୫୩୫ କିଲୋଗ୍ରାମ ବିଶିଷ୍ଟ ଜିଏସ୍‍ଏଟି-୩୧ ଉପଗ୍ରହ ହେଉଛି ଭାରତର ୪୦ତମ ଯୋଗାଯୋଗ ଉପଗ୍ରହ। ଏହାର ଜୀବନ ଅବଧି ୧୫ ବର୍ଷ ରହିଛି। ଅର୍ଥାତ ମହାକାଶରେ ଏହା ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ଯୋଗାଯୋଗ ଉପଗ୍ରହକୁ ଭିଏସ୍‍ଏଟି ନେଟୱାର୍କ, ଟେଲିଭିଜନ୍‍ ଅପଲିଙ୍କସ୍‍, ଡିଜିଟାଲ ସାଟେଲାଇଟ୍‍ ନ୍ୟୁଜ୍‍, ଡିଟିଏଚ ଟେଲିଭିଜନ ସେବା ଆଦି କ୍ଷେତ୍ରରେ ବ୍ୟବହାର କରାଯିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories