www.samajalive.in
Friday, December 12, 2025
23.1 C
Bhubaneswar

ମହାନଦୀ କୋଇଲା ଖଣି ମୁଖ୍ୟ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲା ମହାନଦୀ କୋଇଲା ଖଣି ଇବ୍ ଭ୍ୟାଲି କ୍ଷେତ୍ର ଜିଏମ ଅଫିସରେ କାର୍ୟ୍ୟାରତ ଥିବାବେଳେ ସିଭିଲ ବିଭାଗର ମୁଖ୍ୟ ଯନ୍ତ୍ରୀ କିଶଲ୍ୟ କୁମାର ନିଜ ପ୍ରକୋଷ୍ଠରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ପ୍ରକୋଷ୍ଠକୁ ଭିତରୁ ଲକ୍ କରି ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି କେନ୍ଦ୍ରୀୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ସନ୍ଦେହଜନକ ହତ୍ୟା ମନେ ହେଉଥିବା ବେଳେ କିଭଳି ଭାବରେ ଜଣେ ଯନ୍ତ୍ରୀ ନିଜ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଆତ୍ମହତ୍ୟା କଲେ ତାହା ପୁଲିସ ଯାଞ୍ଚ କରୁଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories