ଆଉ ଆସିବନି କେଟିଏମର ଏହି ୨ ବାଇକ୍, ଏହି କାରଣରୁ ବିକ୍ରି ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ : କେଟିଏମ୍ ଇଣ୍ଡିଆ ଭାରତରେ ନିଜ ୧୨୫ ସିସି ରେଞ୍ଜର ଦମଦାର ବାଇକ୍ ଡ୍ୟୁକ୍ ୧୨୫ ଓ ଆରସି ୧୨୫ର ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ୨ ବାଇକକୁ ଓବିଡି୨ବି ଅପଡେଟ୍ ମିଳିବନି । ଅର୍ଥାତ୍ ୧ ଏପ୍ରିଲ ୨୦୨୫ରୁ ଏହି ବାଇକ ବିକ୍ରି ପାଇଁ ଉପଲବ୍ଧ ହେବନି । କମ୍ପାନୀ ଡ୍ୟୁକ୍ ୧୨୫କୁ ଭାରତରେ ସର୍ବପ୍ରଥମ ୨୦୧୮ରେ ଲଞ୍ଚ୍ କରିଥିଲା । ଏହାର କିଛି ବର୍ଷ ପରେ ଆରସି ୧୨୫କୁ ଆଣିଥିଲା କମ୍ପାନୀ ।
ଏହି ମଡେଲର ବିକ୍ରିରେ ଲଗାତର ହ୍ରାସ ଦେଖିବା ପରେ କମ୍ପାନୀ ନିଷ୍ପତ୍ତି ନେଇଛି କି ୧୨୫ ସିସି ରେଞ୍ଜରେ ନିବେଶ ଓ ଅପଗ୍ରେଡ୍ କରିବାର କୌଣସି ଆବଶ୍ୟକତା ନାହିଁ । ତେବେ ଡିଲରଙ୍କ ପାଖରେ ଉପଲବ୍ଧ ଥିବା ମଡେଲକୁ ଗ୍ରାହକ କିଣିପାରିବେ । ପୁରୁଣା ଷ୍ଟକ୍ ଥିବା ମଡେଲ ସରିବା ପରେ ଆଉ ନୂଆ ମଡେଲ କମ୍ପାନୀ ବଜାରକୁ ଛାଡିବନି ।
Comments are closed.