www.samajalive.in
Monday, December 8, 2025
27.1 C
Bhubaneswar

ବୃହସ୍ପତି ଦେବଙ୍କ ଉଦୟ, ଉଜ୍ଜ୍ୱଳ ହେବ ଏହି ୩ ରାଶିର ଭାଗ୍ୟ

ମେଷ: ସାହସ ସଞ୍ଚୟକରି ଆଶୁ ବିପଦର ମୁକାବିଲା ଦ୍ବାରା ଅଶୁଭ ସଂକେତ ଦୂର ହେବ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ମହାନତାର ପରିଚୟ ସୃଷ୍ଟି କରିବ।
ବୃଷ: ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ମାଟି ଧରିଲେ ତାହା ସୁନା ପାଲଟି ଯିବ। ସେବାର ମହତ୍ତ୍ବ ଉପଲବ୍ଧ କରି ସେହି ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ନିଜକୁ ଧନ୍ୟ ମନେ କରିବେ।
ମିଥୁନ: ଶତ୍ରୁକୁ ପଦାନତ କରିବା ପାଇଁ ଯୋଜନାବଦ୍ଧ ଭାବେ କଳକୌଶଳ ପ୍ରସ୍ତୁତ କରି କୃତକାର୍ଯ୍ୟ ହେବେ। ଋଣଦାତା ଆପଣଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ବ୍ୟବସାୟରେ ଅଧିକ ପୁଞ୍ଜିବିନିଯୋଗରେ ସାହାଯ୍ୟ କରିବେ।

କର୍କଟ: ତର୍କ ସଭାରେ ପ୍ରତିଯୋଗୀଭାବେ ଅଂଶଗ୍ରହଣ କରିବା ପାଇଁ ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ତର୍କ ସଭାରେ ଆୟୋଜକଙ୍କଠାରୁ ପୁରସ୍କାର ସ୍ବରୂପ ଆର୍ଥିକ ଅନୁଦାନ ମିଳିବ।
ସିଂହ: ବାସସ୍ଥଳର ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସ୍ବୟଂ ଆପଣ ଓ ସହକର୍ମୀଙ୍କ ସହିତ ପରିସ୍କାର ପରିଚ୍ଛନ୍ନତା ଉପରେ ଶ୍ରମଦାନ କରିପାରନ୍ତି। ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ଭଳି ଶ୍ରେଷ୍ଠ ସୁଖକୁ ଆପଣ ଭୋଗ କରୁଛନ୍ତି।

- Advertisement -

କନ୍ୟା: ପ୍ରାତଃକାଳରେ ଦେବ ଦର୍ଶନ ସମସ୍ତ ଅଶାନ୍ତି ଦୂରୀକରଣର କାରଣ ହେବ। ସରକାରୀ ଅନୁଦାନ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ପରର ଶୁଭ କାମନା ଭଳି ମାନବୋଚିତ କାର୍ଯ୍ୟ କରି ପ୍ରଶଂସିତ ହେବେ।
ତୁଳା: ଜ୍ଞାତି, କୁଟୁମ୍ବ ଓ ପରିବାରର ପ୍ରତିପୋଷକ ପାଇଁ ଆବଶ୍ୟକ ଧନ ଅର୍ଜନରେ ମନୋନିବେଶ କରି ବିଭିନ୍ନ ଉପାୟ ଅବଲମ୍ବନରେ ଭଣ୍ଡାର ପରିପୂର୍ଣ୍ଣ କରିବେ। ମତିମାନ୍ ହେବେ। ତ୍ୟାଗପୂତ ଜୀବନ ବିତାଇବେ।
ବିଛା: ଲଗ୍ନରୁ ରୂପ, ଜ୍ଞାନ, ବର୍ଣ୍ଣ, ବଳ, ଗୁଣ ଓ ପ୍ରକୃତିର ବିଚାର କରିବାକୁ ପଡୁଛି। ଯେହେତୁ ଆପଣଙ୍କ ଶ୍ରୀଚନ୍ଦ୍ର ଭୋଗ ହେଉଛି, କର୍ମବଳ ଆପଣଙ୍କୁ ଧନବାନ୍ କରିପାରେ। ସେହି କର୍ମବଳରେ ବଳବାନ୍‌ ହେବେ।
ଧନୁ: ଦାନ କ୍ଷେତ୍ରରେ ଗ୍ରହୀତାକୁ ସମୟ ଅଭାବର ଆଳ ଦେଖାଇ ସାଦର ଅଭ୍ୟର୍ଥନା ପୂର୍ବକ ଆଭବୀର ଅଭାବ ପୂର୍ଣ୍ଣ କରୁଥିବାରୁ ପ୍ରଶଂସାର ପାତ୍ର ହେବେ। ମଧୁର କଥାରେ ପରକୁ ଆପଣାର କରିବେ।
ମକର: ଆଜିର ଆୟ ଭାବକୁ ଭବ, ଲାଭ, ଆଗମ ଓ ପ୍ରାପ୍ତିର ବିଚାର କରିବାକୁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ସରକାରୀ ସ୍ତରରୁ ପ୍ରାପ୍ତିର ଉଦ୍ୟମ ସଫଳ ହେବ। ପ୍ରତ୍ୟେକ କ୍ଷେତ୍ରରେ ନିଜର କର୍ତ୍ତୃତ୍ବ ଜାହିର କରିବେ।

କୁମ୍ଭ: ସଦ୍‌ବୁଦ୍ଧିସମ୍ପନ୍ନ ହେବେ। ମହାନତା, ତ୍ୟାଗ, ଦୟା, କ୍ଷମା, ପରୋପକାର, ନମ୍ରତା ଓ ନିରହଙ୍କାର ଭାବ ଆଦି ଦେବୋତ୍ତମ ଗୁଣାବଳୀ ମାଧ୍ୟମରେ ପ୍ରକଟିତ ହେବ। ସମସ୍ତଙ୍କ ପୂଜ୍ୟ ହୋଇପାରନ୍ତି।
ମୀନ: ଆପଣଙ୍କ ଭଳି ଭାଗ୍ୟନ୍ବିତ ବ୍ୟକ୍ତିର ଜୀବନ ଧନ ହୋଇପାରେ। ସ୍ବକର୍ମ ଦ୍ବାରା ଭାଗ୍ୟ ନିୟନ୍ତ୍ରିତ ହେବ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। ଧର୍ମକ୍ରିୟାରତ ହେବେ। ବିଦ୍ୟାଭ୍ୟାସୀ ଓ ଯଶସ୍ବୀ ହେବେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories