www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା: ମା’ଙ୍କ ଅଭିଯୋଗ, କଂଗ୍ରେସ ନେତା ହିଁ ହତ୍ୟାକାରୀ

ଚଣ୍ଡିଗଡ : ହରିୟାଣା ରୋହତକ ଜିଲାରେ ଜଣେ ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର କର୍ମୀ ହେଉଛନ୍ତି ହିମାନି ନରୱାଲ । ହିମାନିଙ୍କ ମୃତଦେହ ବସ୍‌ଷ୍ଟାଣ୍ଡ ନିକଟରେ ପଡିଥିବା ଏକ ସୁଟ୍‌କେସ ମଧ୍ୟରୁ ଉଦ୍ଧାର କରାଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ସୁଟକେସକୁ ଦେଖି ବାଟୋଇମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଚଳାଇଥିବା ସାମ୍ପଲା ଥାନା ଇନ୍ସପେକ୍ଟର ବିଜେନ୍ଦ୍ର ସିଂହ କହିଛନ୍ତି। ତେବେ ହିମାନିଙ୍କ ହତ୍ୟା ପଛରେ କଂଗ୍ରେସ ଦଳର ନେତା ସମ୍ପୃକ୍ତ ଥିବା ତାଙ୍କ ମା’ ସବିତା ନରୱାଲ କହିଛନ୍ତି। କାରଣ ହିମାନିଙ୍କ ରାଜନୈତିକ ଉତ୍‌ଥାନକୁ କଂଗ୍ରେସର ଅନ୍ୟ ନେତାମାନେ ସହ୍ୟ କରିପାରି ନଥିଲେ। ହିମାନିଙ୍କ ଯୋଗୁଁ ସେମାନଙ୍କ ରାଜନୈତିକ କ୍ୟାରିୟର ବିପଦରେ ଥିବା କେତେକ ନେତା ଅନୁଭବ କରିଥିଲେ। ହିମାନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ହିମାନିଙ୍କ ମୃତ୍ୟୁ ପାଇଁ କଂଗ୍ରେସ ଶୋକ ବ୍ୟକ୍ତ କରିଛି। ଦଳ ଏହାର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ ହରିୟାଣାର ରୋହତକରେ କଂଗ୍ରେସ କର୍ମୀଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହିତ ତାଙ୍କ ପରିବାରକୁ ଏହି ଦୁଃଖ ସହ୍ୟ କରିବା ଲାଗି ଭଗବାନ ଶକ୍ତି ଦିଅନ୍ତୁ। ପରିବାରର ଏପରି ଦୁଃଖ ସମୟରେ ଆମେ (କଂଗ୍ରେସ ଦଳ) ତାଙ୍କ ସହିତ ରହିଛୁ। ଏହି ହତ୍ୟାର ନିରପେକ୍ଷ ତଦନ୍ତ ହେବା ଉଚିତ୍। ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories