www.samajalive.in
Saturday, December 13, 2025
21.1 C
Bhubaneswar

‘ଚକାଆଖି ସବୁ ଦେଖୁଛି, ଅଳିଆ ପକାନ୍ତୁ ନାହିିଁ ’

ପୁରୀ: ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଏବଂ ବିସ୍ତୀର୍ଣ୍ଣ ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଜଣେ ଜାପାନ ପର‌୍ୟ୍ୟଟକଙ୍କ ନିଆରା ଉଦ୍ୟମ ସହରବାସୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଚକିତ କରିଛି। ସୁଦୂର ଜାପାନରୁ ବୁଲିବାକୁ ଆସିଥିବା ଆକିଆ ଦୋଇ ଶ୍ରୀକ୍ଷେତ୍ରକୁ ଆସିବା ପରେ ଜଗା ପ୍ରେମରେ ପଡ଼ିଯାଇଛନ୍ତି। ଏହି ପବିତ୍ର ରେଣୁରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଥିବାବେଳେ ମହୋଦଧିର ବେଳାଭୂମିକୁ ପବିତ୍ର କରିବା ପାଇଁ ସେ ସଂକଳ୍ପବଦ୍ଧ ହୋଇଛନ୍ତି। ୬ମାସ ଧରି ଆବର୍ଜନା ସଫା କରିବା କାର‌୍ୟ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି। ବଡ଼ଦାଣ୍ଡ, ସମୁଦ୍ର ବେଳାଭୂମି ଓ ସହରର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଅଳିଆ ସଫା କରୁଛନ୍ତି ପର‌୍ୟ୍ୟଟକ ଆକିଆ। ସେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରି ‘ଜଗନ୍ନାଥ ବଡ଼ବଡ଼ ଆଖିରେ ସବୁ ଦେଖୁଛନ୍ତି। ଏଣେ ତେଣେ ଅଳିଆ ପକାନ୍ତୁ ନାହିଁ। ନିକଟରେ ଥିବା ଡଷ୍ଟବିନ ବ୍ୟବହାର କରନ୍ତୁ’ ବୋଲି ସେ ଅନୁରୋଧ କରିବା ସହ ଜନସାଧାରଣରେ ସଚେତନତା ସୃଷ୍ଟି କରିଚାଲିଛନ୍ତି।
ଏ ସମ୍ପର୍କରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟରର ସଭାପତି ଶ୍ରୀମନ୍ତ ଦାଶ କହିଛନ୍ତି ଯେ, ଜାପାନ ପର‌୍ୟ୍ୟଟକ ଆକିଆ ୬ମାସ ହେବ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମହାପ୍ରଭୁଙ୍କ ଫଟୋ ଦେଖାଇ ସେ ସଚେତନ କରୁଥିବା ସମସ୍ତଙ୍କ ନଜରକୁ ଆସିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories